ପୌରନିର୍ବାହୀ ଅଧିକାରୀଙ୍କ ସହ ବ୍ୟବସାୟୀଙ୍କ ଆଲୋଚନା, ଆଜି ଠାରୁ ବଜାରରେ ମାଇକ ମାଧ୍ୟମରେ ବ୍ୟବସାୟୀଙ୍କୁ ସଚେତନ କରାଇବ ପୌରପାଳିକା

You are currently viewing ପୌରନିର୍ବାହୀ ଅଧିକାରୀଙ୍କ ସହ ବ୍ୟବସାୟୀଙ୍କ ଆଲୋଚନା, ଆଜି ଠାରୁ ବଜାରରେ ମାଇକ ମାଧ୍ୟମରେ ବ୍ୟବସାୟୀଙ୍କୁ ସଚେତନ କରାଇବ ପୌରପାଳିକା

ଅନୁଗୁଳ: ସହରରେ ଅନେକ ଦୋକାନୀଙ୍କ ଟ୍ରେଡ ଲାଇସେନ୍ସ ନ ଥିବାରୁ ଦୋକାନ ସିଲ୍ ହେଉଅଛି। ଏଥିନେଇ ଅନୁଗୁଳ ଜିଲ୍ଲା କେଟ୍ ତରଫରୁ ପୌରନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସହ ଆଲୋଚନା କରାଯାଇଛି। ପୌରପାଳିକା ଓ କେଟ୍ ମିଶି ପ୍ରତି ସପ୍ତାହରେ ବ୍ୟବସାୟୀଙ୍କୁ ସଚେତନତା କରିବା ସହିତ ଟ୍ରେଡ ଲାଇସେନ୍ସ ପଞ୍ଜିକରଣ କରାଯିବା ପାଇଁ ଗୋଟିଏ କ୍ୟାମ୍ପ କରିବାକୁ କେଟ୍ ତରଫରୁ ପ୍ରସ୍ତାବ ଦିଆଯାଇଥିଲା। ଫଳରେ ବ୍ୟବସାୟୀମାନେ ସହଜରେ ଟ୍ରେଡ ଲାଇସେନ୍ସ ପଞ୍ଜୀକରଣ କରିପାରିବେ।

ଏହି ପ୍ରସ୍ତାବକୁ ନିର୍ବାହୀ ଅଧିକାରୀ ଗ୍ରହଣ କରିବା ସହ ଆଜି ଠାରୁ ବଜାରରେ ମାଇକ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ କେଟ୍‌ର ଆର.କେ. ଶୁକ୍ଳା, ଆନନ୍ଦ ଅଗ୍ରୱାଲ, ନନ୍ଦୁ ଅଗ୍ରୱାଲ, ରୋହିତ ଲିହଲା, ସତ୍ୟନାରାୟଣ ମାଣ୍ଡୋଠିଆ, ଜଗନ୍ନାଥ ଅଗ୍ରୱାଲ, ହରି ମୋଦି ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply