ଅନୁଗୁଳ: ନାଲକୋର ସମ୍ପ୍ରସାରଣ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରାଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ ଅନୁଗୁଳ ଓ ଦାମନଯୋଡି ନାଲକୋର ଭାରତୀୟ ମଜଦୁର ସଂଘ(ବିଏମଏସ) ଓ ଆଲୁମିନିୟମ ମଜଦୁର ସଂଘ (ଏଏମଏସ) ର କର୍ମକର୍ତ୍ତା ମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ କରି ଏହି ସମସ୍ୟାର କିପରି ସମାଧାନ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ।
ନାଲକୋ ଆଲୁମିନିୟମ ମଜଦୁର ସଂଘ ସଭାପତି ମୁନା ସାମଲ, ସମ୍ପାଦକ ଗୋପାଳକୃଷ୍ଣ ମଲ୍ଲିକ, ବିଜେପି ନେତା ଅମୀୟ ତ୍ରିପାଠୀ, ବିଏମଏସର ବରିଷ୍ଠ କର୍ମକର୍ତ୍ତା ସଚିଦାନନ୍ଦ ଗଡନାୟକ, ସୁଜିତ୍ ସେଠ, ଆଲୁମିନିୟମ ମଜଦୁର ସଂଘର କାର୍ଯ୍ୟକାରୀ ସଭାପତି ପ୍ୟାରୀମୋହନ ନାୟକ, ବିଏମଏସର କର୍ମକର୍ତ୍ତା ସଦାନନ୍ଦ ଦାସ, ସୁବାଷ ଓଝା, ସନ୍ଦୀପ ପଡ଼ିଆରୀ, ରଞ୍ଜନ ସ୍ଵାଇଁ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା ଥିଲେ। ଏହି ସାକ୍ଷାତକାର ପରେ ନାଲକୋ ର ସମ୍ପ୍ରସାରଣ ଓ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ୟାର ସମାଧାନ ପାଇଁ ଆଶ୍ୱାସନା ଦେଇଛନ୍ତି।



