ରେଳ ଧାରଣାରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ, କାରଣ ଅସ୍ପଷ୍ଟ

You are currently viewing ରେଳ ଧାରଣାରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ, କାରଣ ଅସ୍ପଷ୍ଟ

ତାଳଚେର: ସ୍ଥାନୀୟ ତାଳଚେର ବ୍ଲକ୍ ସ୍କଟଲାଣ୍ଡପୁର ଗାଁ ନିକଟସ୍ଥ ଏନ୍‌ଟିପିସି ରେଳ ଧାରଣା ଉପରେ ଆଜି ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଆଜି ଅପରାହ୍ନ ୩ଟା ବେଳେ ପ୍ରଥମେ ସ୍କଟଲାଣ୍ଡପୁର ଗାଁ ଲୋକେ ଶବକୁ ଦେଖିଥିଲେ। ମୃତକ ଜଣକ ସଇନଳିର ଝୁମର ଭୋଇଙ୍କ ପୁଅ ପ୍ରବୀଣ ଭୋଇ (୨୮) ବୋଲି ଜଣାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଖବର ଲେଖା ହେବା ଯାଏଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ।

ଅନ୍ୟପଟେ ଏବେ ଯାଏଁ ଏନ୍‌ଟିପିସି କର୍ତ୍ତୃପକ୍ଷ ମଧ୍ୟ ଘଟଣା ସ୍ଥଳକୁ ଆସି ନଥିବା ଲୋକମାନେ ସୂଚନା ଦେଇଛନ୍ତି।

Share

Leave a Reply