ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପଦଯାତ୍ରା ପ୍ରସ୍ତୁତି ବୈଠକ

0

ଅନୁଗୁଳ: ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ଉଦୟପୁର ନବସଂକଳ୍ପ ଶିବିର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୯ ତାରିଖରୁ ଦେଶର ସବୁ ଜିଲ୍ଲାରେ କଂଗ୍ରେସ ତରଫରୁ ୭୫ କିମି ପଦଯାତ୍ରା ଅନୁଷ୍ଠିତ ହେବ। ଅନୁଗୁଳ ଜିଲ୍ଲାରେ ଏହାକୁ ସୁଚାରୁ ରୂପେ ପାଳନ କରିବା ପାଇଁ ଆଜି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରଭାରୀ ଭାବେ ଜୟନ୍ତ କୁମାର ମହାନ୍ତି ଯୋଗଦେଇ ଆଗାମୀ ଅଗଷ୍ଟ ୯ ରୁ ୧୪ ପର୍ଯ୍ୟନ୍ତ ହେବାକୁ ଥିବା ପଦଯାତ୍ରାକୁ ସଫଳ କରିବା ପାଇଁ ସମସ୍ତ କଂଗ୍ରେସ କର୍ମୀଙ୍କ ସହଯୋଗ ଲୋଡ଼ି ଥିଲେ। ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ବ୍ଲକ ସଭାପତି ଓ ବିଗତ ବିଧାନସଭା ପ୍ରାର୍ଥୀଙ୍କ ମିଳିତ ନେତୃତ୍ୱରେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ଅବସରରେ ଅଖିଳ ଭାରତୀୟ ମହିଳା କଂଗ୍ରେସ ସଂପାଦିକା ସସ୍ମିତା ବେହେରାଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ଆଜିର ବୈଠକରେ ସମସ୍ତ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା, ଛାମୁଆ ସଂଗଠନର ସଭାପତି, ସମସ୍ତ ସେଲର ଅଧ୍ୟକ୍ଷ, ସମସ୍ତ ବ୍ଲକ କଂଗ୍ରେସ, ନଗର କଂଗ୍ରେସ ସଭାପତିମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!