ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ତୁକୁଡା ଉଚ୍ଚବିଦ୍ୟାଳୟ ନିକଟରେ ମଙ୍ଗଳବାର ୭୧ତମ ଜିଲ୍ଲାସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ୧୯୫୨ ମସିହାରୁ ପ୍ରତି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏ ଅବସରରେ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତଥା ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଏହି ଉତ୍ସବ ଆୟୋଜନ କରାଯାଇଥିଲା।
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ରଣଜିତ ଦାଶଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ପ୍ରଧାନ, ୧୭ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଭାନୁପ୍ରିୟା ପ୍ରଧାନ, ୧୬ ନଂ ଜୋନର ଜିଲ୍ଲା ପରିଷଦ ପ୍ରଦୀପ କୁମାର ସାହୁ, ତୁକୁଡ଼ା ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ସମିତି ସଭ୍ୟ ବିନୋଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ପ୍ରଥମେ ଗୋ ପୂଜନ କରାଯାଇଥିଲା। ଏହା ପରେ ଅତିଥିମାନେ ଗୋପାଳନର ଉପକାରିତା ଓ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ। ବୈଠକରେ ପଞ୍ଚମହଲାର କାର୍ତ୍ତିକ ସାହୁ,ବଅଁରପାଳ ବ୍ଲକର ଉତ୍ତମ କୁମାର ସାହୁ, ତାଳଚେର ବ୍ଲକର ଅରୁଣ କୁମାର ଧର, ଛେଣ୍ଡିପଦା ବ୍ଲକ ତୁକୁଡ଼ାର ଶିବରାମ ସାହୁ, ଆଠମଲ୍ଲିକ ବ୍ଲକର ରୋହିତ କୁମାର ନାୟକ, କିଶୋର ନଗର ବ୍ଲକର ଦିଲ୍ଲୀପ ପ୍ରଧାନ, କଣିହାଁ ବ୍ଲକର ଗୁମାନି ପରିଡା ଓ ପାଳଲହଡାର ବୀରବର ମହନ୍ତଙ୍କୁ ଗୋପାଳନ କ୍ଷେତ୍ରରେ ଅଗ୍ରଣୀ ଚାଷୀଭାବେ ଅତିଥି ମାନେ ସମ୍ବର୍ଦ୍ଧିତ କରିବା ସହିତ ମାନପତ୍ର ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ପ୍ରତାପ କୁମାର ପଟ୍ଟନାୟକ, ଉପ ନିର୍ଦ୍ଦେଶକ ଡା. କେଶବ ଚନ୍ଦ୍ର ପ୍ରଧାନ, କଣିହାଁ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ରାଜେଶ କୁମାର କବି, ଡା. ମିଳନ ରାଉତ, ଡା. କମଳ ଲୋଚନ ଦାସ, ଡା.ଦେବାଶିଷ ରାଉତ, ଡା. ଦେବାଶିଷ ପଣ୍ଡା, ଡା. ପଲ୍ଲବୀ ପ୍ରିୟଦର୍ଶନୀ ଦାସ, ଡା. ସୁଶାନ୍ତ କୁମାର ସେଠୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।