ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ସଭାଗୃହରେ ସୋମବାର ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ୧୧ ସମୂହ ଓ ୧୦୫ ଟି ବ୍ୟକ୍ତିଗତ ଅଭିଯୋଗ ଗ୍ରହଣ କରାଯାଇଥିଲା। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣିରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରଜନୀକାନ୍ତ ସ୍ୱାଇଁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଳିତ ମୋହନ ବେହେରା, ବନଖଣ୍ଡ ଅଧିକାରୀ ଏସ ଆନନ୍ଦ, ଜିଲ୍ଲା ଚିକିତ୍ସା ଅଧିକାରୀ ଡା ତ୍ରିଲୋଚନ ପ୍ରଧାନ, ଉପଜିଲ୍ଲାପାଳ ତରଣୀ ସୁନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌଭାଗ୍ୟ ବେହେରା, ତହସିଲଦାର ଯଶୋବନ୍ତ ଦେହୁରୀ, ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଡା ରଞ୍ଜିତ କୁମାର ଦାସ, ଜିଲ୍ଲା ଖାଉଟି ଯୋଗାଣ ଅଧିକାରୀ ସ୍ମିତା ନାୟକ, ଜଳସେଚନ ବିଭାଗର ଏସଡ଼ିଓ ସୁରେଶ ଚନ୍ଦ୍ର ଗଡ଼ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡ଼ିଓ ମଧୁସ୍ମିତା ଦଳେଇ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଶୁଣାଣିରେ ଠାକୁରଗଡ଼ ଅଞ୍ଚଳର ଅମ୍ବିକା ନାୟକଙ୍କୁ ବିଧବା ଭତ୍ତା ପ୍ରଦାନ କରାଯାଇଛି।
ଜନଶୁଣାଣି କାର୍ଯ୍ୟକ୍ରମ: ୧୧ ସମୂହ ଓ ୧୦୫ ଟି ବ୍ୟକ୍ତିଗତ ଅଭିଯୋଗର ଶୁଣାଣି କଲେ ଅତିରିକ୍ତ ଜିଲ୍ଲାପାଳ
- Post published:November 21, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
