ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି: ପାଇପ ଯୋଗେ ପାଣି ଯୋଗାଣ ଲାଗି ଗୁରୁଜାଙ୍ଗୁଲି ପଞ୍ଚାୟତବାସୀଙ୍କ ଦାବି

You are currently viewing ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି: ପାଇପ ଯୋଗେ ପାଣି ଯୋଗାଣ ଲାଗି ଗୁରୁଜାଙ୍ଗୁଲି ପଞ୍ଚାୟତବାସୀଙ୍କ ଦାବି

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗୁଲି ପଞ୍ଚାୟତର ବିଭିନ୍ନ ଗ୍ରାମର ସାହିଗୁଡ଼ିକରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏହାର ସମାଧାନ ନିମନ୍ତେ ତାଳଚେର ବ୍ଲକର ପୂର୍ବତନ ଅଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିରରେ ଲିଖିତ ଦାବି ପତ୍ର ପ୍ରଦାନ କରାଯାଇଛି।

ଅଭିଯୋଗ ଅନୁସାରେ, ଗୁରୁଜାଙ୍ଗୁଲ ପଞ୍ଚାୟତ ଅଧୀନସ୍ଥ ବେହେରା ସାହି, ଗୁରୁଜାଙ୍ଗୁଲି, ଗୋଚ୍ଛାୟତ ସାହି, ବ୍ରାହ୍ମଣ ସାହି, ଚଷା ସାହି, ଖୋଲୁଆ ଗ୍ରାମର ଗୋଚ୍ଛାୟତ ସାହି, ଜଗନ୍ନାଥପୁରର ଥର୍ମାଲ ହାଟ ନିକଟ ଦିଘି ନାଏକ ସାହିରେ ପାନୀୟ ଜଳ ସମସ୍ୟା ତୀବ୍ରତର ହୋଇଛି।

ଏଠାରେ ପ୍ରାୟ ୫୦୦୦ ହଜାର ଲୋକ ବସବାସ କରୁଛନ୍ତି। ଉକ୍ତ ସାହିକୁ ସରକାରଙ୍କ ତରଫରୁ ଦୀର୍ଘ ୩୦ ବର୍ଷ ହେଲାଣି ପାଣି ପାଇପ ବିଛାଇ ଦିଆଯାଇଛି। କିନ୍ତୁ ଦୁଃଖର ବିଷୟ ହେଉଛି, ଯେଉଁ ପାଣି ପାଇପ ଲାଇନ ସଂଯୋଗ ହୋଇଛି ସେଥିରେ ଆଦୌ ପାଣି ଆସୁନାହିଁ। ଫଳରେ ସାହିର ଲୋକମାନେ ଜଳ ସଂଗ୍ରହ କରିବାରେ ବହୁତ ଅଭାବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ବାଧ୍ୟ ହୋଇ ଗ୍ରାମରେ ଥିବା ପୋଖରୀ ଓ କୂଅରୁ ଦୂଷିତ ପାଣି ନେଇ ବ୍ୟବହାର କରୁଛନ୍ତି। ଏହି ପାଣି ବ୍ୟବହାର କରିବା ଦ୍ୱାରା ସେମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି।

ଏଣୁ ଜନଶୁଣାଣି ଶିବିରରେ ସ୍ଥାନୀୟ ଲୋକଙ୍କ ତରଫରୁ ପ୍ରଦତ୍ତ ଦରଖାସ୍ତକୁ ବିଭାଗୀୟ କର୍ତ୍ତୃପକ୍ଷ ବିଚାରକୁ ନେଇ ଉପଯୁକ୍ତ ତଦନ୍ତ କରି ଜଳ ସମସ୍ୟା ରହିଥିବା ସାହିଗୁଡ଼ିକୁ ପାଇପ ଯୋଗେ ପିଇବା ପାଣିର ସୁବ୍ୟବସ୍ଥା କରିବାକୁ ନିବେଦନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ତାଳଚେର ବ୍ଲକର ପୂର୍ବତନ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ସଞ୍ଜୟ ବେହେରା, ଫକୀର ସାହୁ, ଅଙ୍କିତ ବେହେରା, ଅସିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply