ଅନୁଗୁଳ: ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମଠାରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣିରେ ଏସପି ଜଗମୋହନ ମୀନା ଯୋଗ ଦେଇଥିଲେ। ଆସିଥିବାସମୁଦାୟ ୫୬ଟି ଅଭିଯୋଗରୁ ୪୯ଟି ବ୍ୟକ୍ତିଗତ ଓ ୭ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ରେଡକ୍ରସ ପାଣ୍ଠିରୁ ଜଣକୁ ୧ ହଜାର ଟଙ୍କା ଚିକିତ୍ସା ନିମନ୍ତେ ପ୍ରଦାନ କରାଯାଇଛି । ଏହି ଶିବିରକୁ ଆସିଥିବା ଲୋକମାନେ ସାଧାରଣତଃ ଶିକ୍ଷା, ସ୍ବାସ୍ଥ୍ୟ, ଲ୍ୟାଣ୍ଡ ଡିମାର୍କେସନ୍, ଖଣି ବିସ୍ଥାପିତ ପରିବାରଙ୍କ ସମସ୍ୟା, ରାସ୍ତା, କାଳିଆ ଯୋଜନାର କାର୍ଯ୍ୟକାରିତା ଓ ରାସନ କାର୍ଡ ସଂଶୋଧନ ଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନ୍ତୋଷ କୁମାର ପ୍ରଧାନ, ସିଡିଏମଓ ଡା. ତ୍ରିଲୋଚନ ପ୍ରଧାନ, ଡେପୁଟି କଲେକ୍ଟର ସରିତା ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଂଜନ ସାହୁ, ଆସିଷ୍ଟାଣ୍ଟ କଲେକ୍ଟର ମଧୁସ୍ମିତା ବିଶି, ଆସିଷ୍ଟାଣ୍ଟ କଲେକ୍ଟର ଅଜୟ ଗଡନାୟକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
୫୬ଟି ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ
- Post published:July 19, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Swagatika Samantray

Tags: Angul