ଅନୁଗୁଳରେ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଆୟୋଜିତ

You are currently viewing ଅନୁଗୁଳରେ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ମିଲେଟ ମିସନର ମିଳିତ ସହଭାଗିତାରେ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ସନ୍ତରଣ ଗାରଠାରେ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପ୍ରତିଯୋଗିତାରେ ୪୦ ଜଣ ବାଳକ ଓ ବାଳିକା ଭାଗ ନେଇଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଅଜୟ କୁମାର ସିଠ ଓ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଶାନ୍ତ କୁମାର ସିହ୍ନା ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିବା ବେଳେ ପ୍ରଶିକ୍ଷକ ସାନୁ ପଟେଲ ଓ ଅଞ୍ଜୁ ପରିଡା କ୍ରୀଡା ପରିଚାଳନା କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ମିଲେଟ ମିସନ୍ ଅଧିକାରୀଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀ ଆସନ୍ତା ଜୁନ୍ ୪ ରୁ ୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତା ୨୦୧୩ରେ ଅଂଶଗ୍ରହଣ କରିବେ।

Share

Leave a Reply