ଟିବି ରୋଗୀଙ୍କୁ ଔଷଧ କିଟ୍ ବଣ୍ଟନ

You are currently viewing ଟିବି ରୋଗୀଙ୍କୁ ଔଷଧ କିଟ୍ ବଣ୍ଟନ

ଅନୁଗୁଳ/ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ମଙ୍ଗଳବାର ଟିବି ପୀଡିତ ରୋଗୀ ମାନଙ୍କୁ କିଟ୍ ବଣ୍ଟନ କରାଯାଇଛି ।

କେନ୍ଦ୍ର ସରକାର ୨୦୨୫ସୁଦ୍ଧା ଭାରତ ବର୍ଷକୁ ଟିବି ମୁକ୍ତ କରିବାକୁ ଅନ୍ତୋଦୟ ଅଭିଯାନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ଦେଓଗଡ ଜିଲ୍ଲା ଏବଂ ସମ୍ବଲପୁର ଜିଲ୍ଲାକୁ ପୋଷ୍ୟ ଜିଲ୍ଲା ଭାବେ ଗ୍ରହଣ କରି ଉକ୍ତ ୪ଜିଲ୍ଲାକୁ ଟିବି ମୁକ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ୨୮ଜଣ ଟିବି ପିଡିତଙ୍କୁ ଚୁଡ଼ା, ଡାଲି, ଚିନି, ଅମୂଲ, ଖାଇବା ତେଲ, ମଲ୍ଟି ଭିଟାମିନ ଏବଂ ଟିବି ଔଷଧ ଥିବା ଏକ କିଟ୍ ପ୍ରଦାନ କରାଯାଇଛି ।

ଛେଣ୍ଡିପଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ମହମିଲନ ମୁର୍ମୁ, ଡ଼ାକ୍ତର ସିପ୍ରା ସାହୁ, ବରିଷ୍ଠ ଚିକିତ୍ସା ତଦାରଖକାରୀ ଅଜିତ୍ କୁମାର ମାଝୀ, ଏଲ.ଏଚ.ବି ସୁଚିତ୍ରା ପାତ୍ର ଏବଂ ଛେଣ୍ଡିପଦା ସେକ୍ଟର ସୁପରଭାଇଜର ମହେଶ୍ବର ସେଠୀ ଉପସ୍ଥିତ ରହି ଟିବି ପୀଡ଼ିତ ମାନଙ୍କୁ କିଟ୍ ବଣ୍ଟନ କରିଥିଲେ । ଏହି ଭଳି ଟିବି ରୋଗୀ ମାନଙ୍କୁ ପ୍ରତ୍ୟେକ ମାସରେ କିଟ୍ ବଣ୍ଟନ କରାଯିବ ବୋଲି ଅଜିତ୍ ମାଝୀ ପ୍ରକାଶ କରିଛନ୍ତି ।

Share

Leave a Reply