ବନ୍ୟା ବିପନ୍ନଙ୍କୁ ଔଷଧ ବଣ୍ଟନ କଲା ସାଥୀ ପରିବାର

You are currently viewing ବନ୍ୟା ବିପନ୍ନଙ୍କୁ ଔଷଧ ବଣ୍ଟନ କଲା ସାଥୀ ପରିବାର

ଅନୁଗୁଳ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ସାତକୋଶିଆ ଅଭୟାରଣ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ଗତ ୪ ଦିନ ହେଲାଣି ଟିକରପଡ଼ା ପଞ୍ଚାୟତର ଟିକରପଡ଼ା, ଗଇଁନ୍ଦି, ବେହେରା ସାହି ଓ ମଝିପଡା ଗାଁର ଲୋକମାନେ ଜଳ ବନ୍ଦୀ ହୋଇ ରହିଛନ୍ତି। ଫଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ଏଭଳି ସ୍ଥିତିରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଆଗେଇ ଆସିଛି ସାମାଜିକ ଅନୁଷ୍ଠାନ ସାଥୀ ପରିବାର।

ଆଜି ଅନୁଷ୍ଠାନ ପକ୍ଷରୁ ସିଦ୍ଧାର୍ଥ ପ୍ରଧାନ, ଆଦିତ୍ୟ ବେହେରା ଓ ସୁବ୍ରତ କୁମାର ପ୍ରଧାନ ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତ୍ରିଲୋଚନ ପ୍ରଧାନଙ୍କୁ ସାକ୍ଷାତ କରି ବନ୍ୟାପ୍ରବଣ ଅଞ୍ଚଳବାସୀଙ୍କ ପାଇଁ ୧୦୦ ଟି କାନାଜୋଲ-ବି (କ୍ଲୋଟ୍ରିମାଜୋଲ) ଅଏଣ୍ଟମେଣ୍ଟ ପ୍ରଦାନ କରାଯାଇଛି। ଦୀର୍ଘ ଦିନ ଧରି ଜଳ ଘେରରେ ରହିବା ଫଳରେ ଲୋକଙ୍କ ହାତ ଓ ଗୋଡ଼ରେ ଚର୍ମ ରୋଗ ହୋଇପାରେ। ଏଣୁ ଅନୁଷ୍ଠାନ ପକ୍ଷରୁ ଔଷଧ ବଣ୍ଟନ କରାଯାଇଥିବା କୁହାଯାଇଛି।

Share

Leave a Reply