ଅନୁଗୁଳ: ଅନୁଗୁଳ ଜଙ୍ଗଲ ବିଭାଗ ଏବଂ ଛେଣ୍ଡିପଦା ଉଦ୍ୟାନ କୃଷି ବିଭାଗର ମିଳିତ ଉଦ୍ୟମରେ ଜରପଡା ରେଞ୍ଜ ଭାଗିରଥିପୁର ବନ ସଂରକ୍ଷଣ ସମିତିର ଚାଷୀ ମାନଙ୍କୁ ପିଆଜ ବିହନ ବଣ୍ଟନ କରାଯାଇଥିଲା। ଜେରଙ୍ଗ ନୂଆ ସାହି, ବୁଢ଼ୀ ପାହାଡ଼, ଭାଗିରଥିପୁର ଆଦି ଅଞ୍ଚଳର ଚାଷୀ ମାନଙ୍କୁ ପ୍ରାୟ ଦଶ କେଜି ଓଜନର ପିଆଜ ବିହନ ବଣ୍ଟନ କରାଯାଇଥିଲା। ଟିମ ଲିଡର ଜଗନାଥ ରେଡି, ଡେଭେଲମେଣ୍ଟ ଅଫିସର ମାନସନରଞ୍ଜନ ପ୍ରଧାନ, ଜରପଡା ରେଞ୍ଜର ମାଧବ ଚନ୍ଦ୍ର ନାୟକ, ଫରେଷ୍ଟର ବାସନ୍ତ ଗଡ଼ନାୟକ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଏହି ଉନ୍ନତ ମାନର ବିହନ ଲଗାଇଲେ ଗୋଟେ କେଜି ବିହନରେ ଦେଢ଼ କୁଇଣ୍ଟାଲ ପିଆଜ ଅମଳ ହୋଇ ପାରିବାବବୋଲି କୁହା
ଯାଉଛି।
ଚାଷୀଙ୍କୁ ପିଆଜ ବିହନ ବିତରଣ
