୧୦୦ ରୁ ଊର୍ଦ୍ଧ୍ବ ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ

You are currently viewing ୧୦୦ ରୁ ଊର୍ଦ୍ଧ୍ବ ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ

ଅନୁଗୁଳ : ସ୍ଥାନୀୟ ଛେଣ୍ଡିପଦା ବୈଦିକ ଯୋଗକେନ୍ଦ୍ର ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ବୈଦିକ ସତ ସଂଘ ଯୋଗକେନ୍ଦ୍ର ମିଳିତ ଆନୁକୂଲ୍ୟରେ ଗରିବ ଲୋକଙ୍କୁ କମ୍ବଳ ବିତରଣ କରାଯାଇଛି। ମୁଖ୍ୟ ଅତିଥିଭାବେ ସ୍ଥାନୀୟ ତହସିଲଦାର ଡାନିଏଲ ଏକା, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖା ପରିଚାଳକ ସମର ବଲ୍ଲଭ ପଣ୍ଡା କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଜେପି ନେତା ଅଗସ୍ତି ବେହେରା, ସରପଞ୍ଚ ସୁଦୀପ୍ତ କୁମାର ପ୍ରଧାନ, ଗ୍ରାମ ସଭାପତି ଚନ୍ଦ୍ରମଣି ପ୍ରଧାନ, ସଂଘର ସଭାପତି ଗୋବର୍ଦ୍ଧନ ନାୟକ ସମେତ ଅତିଥି ମାନେ ୧୦୦ ରୁ ଅଧିକ କମ୍ବଳ ଗରିବ ଲୋକଙ୍କୁ ବିତରଣ କରିଥିଲେ। ଏହି ଉତ୍ସବକୁ ରାଜକିଶୋର ସାହୁ, ବିଦ୍ୟାଧର ସାହୁ, ଦୁର୍ଯ୍ୟୋଧନ ବିଶ୍ୱାଳ, ମୋହନ ସାହୁ, ଜଗବନ୍ଧୁ ସାହୁ, ଜୟକୃଷ୍ଣ ପ୍ରଧାନ, ଲମ୍ବୋଦର ସାହୁ, ଜଳଧର ସାହୁ, ଯଦୁନାଥ ବେହେରା, ଗତି କୃଷ୍ଣ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

Share

Leave a Reply