ଜିଲ୍ଲା ଏଡସ ନିୟନ୍ତ୍ରଣ କମିଟି ବୈଠକ, ଏଚ୍ଆଇଭି ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଥ‌ିବା ବିଭିନ୍ନ ସେବା ଗୁଡ଼ିକର ସମୀକ୍ଷା କଲେ ମୁଖ୍ୟ ଚିକିତ୍ସାଧିକାରୀ

You are currently viewing ଜିଲ୍ଲା ଏଡସ ନିୟନ୍ତ୍ରଣ କମିଟି ବୈଠକ, ଏଚ୍ଆଇଭି ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଥ‌ିବା ବିଭିନ୍ନ ସେବା ଗୁଡ଼ିକର ସମୀକ୍ଷା କଲେ ମୁଖ୍ୟ ଚିକିତ୍ସାଧିକାରୀ

ଅନୁଗୁଳ: ଆଜି ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ତାଲିମ କେନ୍ଦ୍ରଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ବବିହାରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଏଡସ ନିୟନ୍ତ୍ରଣ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ଏଚ୍ଆଇଭି ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଥ‌ିବା ବିଭିନ୍ନ ସେବା ଗୁଡିକର ସମୀକ୍ଷା କରାଯାଇଛି। ଏହା ସହ ରାଜ୍ୟ ଏଡସ ନିୟନ୍ତ୍ରଣ କମିଟି ଦ୍ବାରା ପରିଚାଳିତ ବିଭିନ୍ନ ସୋସିଆଲ ମିଡିଆ ଓ ୧୦୯୭ ନିଃଶୁଳ୍କ ନମ୍ବରର ଅଧ‌ିକରୁ ଅଧିକ ପ୍ରଚାର ପ୍ରସାର ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏ ଅବସରରେ ଏଡସ ରୋଗ ନିୟନ୍ତ୍ରଣ ସମ୍ପର୍କରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିଷ୍ପତ୍ତି ହୋଇଛି। ଏଚ୍ଆଇଭି ଆକ୍ରାନ୍ତମାନେ ନିୟମିତ ଭାବରେ କିପରି ଔଷଧ ପାଇପାରିବେ, ସେଥ‌ିପାଇଁ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଦାୟିତ୍ବ ପ୍ରଦାନ କରାଯାଇଛି। ଶେଷରେ ଜିଲ୍ଲା ଏଡସ ନିୟନ୍ତ୍ରଣ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply