ଅନୁଗୁଳ: ଜିଲ୍ଲାପାଳ ଅବ୍ଦାଲ ଏମ୍ ଅଖତର୍ ସ୍ଥାନୀୟ ହଳଦିଆକଟା ବନ୍ଧ ପରିଦର୍ଶନ କରିଥିଲେ। ବହୁପୁରାତନ ବନ୍ଧର ଚତୁଃପାର୍ଶ୍ଵର ବନ୍ଧ ହୁଡ଼ା ଦୁର୍ବଳ ଓ ପୋତି ହୋଇ ଯାଇଥିବାର ଜାଣିବାକୁ ପାଇଥିଲେ। ବର୍ଷା ଦିନେ ଚାଷ ପାଇଁ କେନାଲ ପାଣି ଛାଡିବା ପରେ ବନ୍ଧଟି ପାଣି ଉଛୁଳି ସହରରେ କେତେକ ୱାର୍ଡର ତଳିଆ ଅଂଚଳରେ ପଶିଯାଏ। ଏଣୁ ଉକ୍ତ ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳଙ୍କୁ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଅବଗତ କରାଇଥିଲେ। ସମସ୍ୟାର ସମାଧାନ ନେଇ ହେବ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।
ଏହାପରେ ପଞ୍ଚମହଲା ସ୍ଥିତ ଏଫ. ଏସ. ଟି. ପି. ପାର୍ଶ୍ଵରେ ଏକ ଅତ୍ୟାଧୁନିକ ଏମସିସି ସେଣ୍ଟର କରିବା ପାଇଁ ସ୍ଥାନ ପରିଦର୍ଶନ କରିଥିଲେ। ଯାହାକି ସେଠାରେ ଅତ୍ୟାଧୁନିକ ପ୍ରଣାଳୀରେ ପ୍ଲାଷ୍ଟିକ ଅଳିଆ ଗୁଡିକ ପୃଥକିକରଣ କରାଯାଇ ବାହାରକୁ ପଠାଯିବ। ଉକ୍ତ ପରିଦର୍ଶନ ସମୟରେ ନିର୍ବାହୀ ଅଧିକାରୀ ପ୍ରକଳ୍ପ ବାବଦରେ ଜିଲ୍ଲପାଳଙ୍କୁ ଅବଗତ କରାଇଥିଲେ। ଏହି ପରିଦର୍ଶନ ସମୟରେ ଅସିତ ନାୟକ, ପୌରଯନ୍ତ୍ରୀ, ବରିଷ୍ଠ ଯନ୍ତ୍ରୀ ଦୁର୍ଯ୍ୟୋଧନ ପଟେଲ, ଡ଼ିଏମଫ, ଘନଶ୍ୟାମ ତ୍ରିପାଠୀ, କନିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ ପୌରପାଳିକାର କର୍ମଚାରୀ ମଧ୍ୟ ଉପସ୍ଥିତ ଥଲେ।











