ଅନୁଗୁଳ: ଆସନ୍ତା ୧୧ ତାରିଖରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ କଂଗ୍ରେସରେ ଉତ୍ସାହ ଦେଖାଦେଇଛି।ସମ୍ବିଧାନ ବଞ୍ଚାଅ ସମାବେଶକୁ ସଫଳ କରିବା ପାଇଁ ଆଜି ଜିଲ୍ଲା କଂଗ୍ରେସ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ।କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିଲା।ଏଥିରେ ସାମାଜିକ ଗଣମାଧ୍ୟମ ପ୍ରଭାରୀ ଅମିୟ ପାଣ୍ଡବ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ। ରାହୁଲଙ୍କ ଓଡ଼ିଶା ଗସ୍ତ ରାଜ୍ୟରେ ଏକ ପରିବର୍ତ୍ତନର ସ୍ପର୍ଶ ଦେବ ବୋଲି କହିଥିଲେ।
ଗତ ଏକ ବର୍ଷ ମଧ୍ୟରେ ବିଜେପି ଶାସନରେ ରାଜ୍ୟ ସମେତ ଅନୁଗୁଳ ଜିଲ୍ଲାରେ ମହିଳା ମାନଙ୍କ ଉପରେ ଅତ୍ୟାଚାର, ଅସଦାଚରଣ, ଦୁର୍ନୀତି, ଅପରାଧ ଯେଭଳି ବଢ଼ିଛି ତାର ଦୃଢ଼ ନିନ୍ଦା କରାଯାଇଥିଲା।ରାଜ୍ୟରେ ଯେଭଳି ବେକାରୀ,ପ୍ରଦୂଷଣ ସମସ୍ୟା,ବିସ୍ଥାପନ ସମସ୍ୟା ଦେଖା ଦେଇଛି ଲୋକେ ବର୍ଷ ଗୋଟାକରେ ତ୍ରାହି ତ୍ରାହି ଡ଼ାକିଲେଣୀ। ଶିକ୍ଷା ସ୍ବାସ୍ଥ୍ୟ ସମସ୍ୟାରେ କୌଣସି ଉନ୍ନତି ନାହିଁ। ଉପଯୁକ୍ତ ସମୟରେ ଲୋକେ ଉପଯୁକ୍ତ ଜବାବ ଦେବେ ବୋଲି ଶ୍ରୀ ପାଣ୍ଡବ ଲ କହିଥିଲେ। ଶ୍ରୀ ଭଟ୍ଟ ଅନୁଗୁଳର ବିଜେପି ସାଂସଦ ମାନେ ଲୋକଙ୍କ ସମସ୍ୟା ପ୍ରତି ଆଖିବୁଜିଦେଉଥିବା ପ୍ରକାଶ କରିଥିଲେ।
ବୈଠକରେ ତାଳଚେର କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ,ମିଡ଼ିଆ ପ୍ରଭାରୀ ଗୋପାଳ ନାଥଙ୍କ ସମେତ ରାଜ୍ୟ ଆଇଏନଟିୟୁସିର ଯୁବ ଶାଖା ସଭାପତି ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।