ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ୍ ଠାରେ ଅନୁଗୁଳ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିନା ଦର୍ଶକ ତଥା କୋଭିଡ୍ କଟକଣା ଭିତରେ ପାଳିତ ହେଉଥିବା ଏହି ସମାରୋହରେ ରାଜ୍ୟ ପଞ୍ଚାୟତିରାଜ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସୀମିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ। ଶ୍ରୀ ଜେନା ନିଜ ଅଭିଭାଷଣରେ ଭାରତୀୟ ଗଣତନ୍ତ୍ର
ର ଗାରିମା,ଇତିହାସ,ଭାରତର ସମ୍ବିଧାନ ଏବଂ ଭାରତକୁ ଏକ ସମୃଦ୍ଧ ଦେଶରେ ପରିଣତ କରିବା ପାଇଁ ଯେଉଁ ମହାମନିଷୀ ମାନଙ୍କ ବହୁମୂଲ୍ୟ ଅବଦାନ ରହିଛି ସେମାନଙ୍କୁ ସ୍ମରଣ କରିଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ଜେନା ବିଭିନ୍ନ କୋଭିଡ଼ ଯୋଦ୍ଧାଙ୍କୁ ପୁରସ୍କୃତ କରିଥିଲେ। ଏହି ସମାରୋହ
ରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏସପି ଜଗମୋହନ ମୀନା ଏବଂ ଅନ୍ୟ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ
