ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ: ନିୟମ ମାନୁନଥିବା ଅଲ୍ଟ୍ରାସାଉଣ୍ଡ କ୍ଲିନିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

You are currently viewing ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ: ନିୟମ ମାନୁନଥିବା ଅଲ୍ଟ୍ରାସାଉଣ୍ଡ କ୍ଲିନିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଅନୁଗୁଳ: ଜିଲ୍ଲାରେ ଚାଲୁଥିବା ଅଲଟ୍ରାସାଉଣ୍ଡ କ୍ଲିନିକରେ ପି.ସି ଆଣ୍ଡ ପି.ଏଚ.ଡି.ଟି ଆଇନର ସଠିକ କାର୍ଯ୍ୟକାରିତାକୁ ନେଇ ଆଜି ଅପରାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡିକର ସମୀକ୍ଷା କରି ଯେଉଁମାନେ ନିୟମାନୁଯାୟୀ କାର୍ଯ୍ୟ କରୁନଥିବେ ସମ୍ପୃକ୍ତ ଅନୁଷ୍ଠାନଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ତୁରନ୍ତ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ଗର୍ଭବତୀ ମା’ ମାନଙ୍କର ସମସ୍ତ ପ୍ରକାର ରକ୍ତ ନମୁନା ପରୀକ୍ଷାପୂର୍ବକ ପ୍ରସବ ପୂର୍ବ ୧୫ ଦିନ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖି ସମସ୍ତ ପ୍ରକାର ଯତ୍ନ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଲିଙ୍ଗଗତ ହାରରେ ଅସମାନତା ଦୂର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ଦିଲ୍ଲୀପ କୁମାର ପଟ୍ଟନାୟକ ପୂର୍ବ ବୈଠକର ବିବରଣୀ ପାଠ ଏବଂ ନିଆଯାଇଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରସ୍ତୁତି ବିଭାଗର ବରିଷ୍ଠ ବିଶେଷଜ୍ଞ ଡ.ଗୌରୀଶଙ୍କର ବଳ, ଡି ପି ଏମ୍ (ଏନଏଚଏମ୍) ଦୀପକ କୁମାର ମହାନ୍ତି, ଡିଡିଏମ୍ (ଏନଏଚଏମ୍) ଦିନେଶ ଗଡନାୟକ, ପବ୍ଲିକ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ, ଡେପୁଟି ମ୍ୟାନେଜର (ଆରସିଏଚ୍) ସୂର୍ଯ୍ୟ ପ୍ରତାପ ମହାମାନସିଂ, ବିଶ୍ବ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସହକାରୀ ପରିଚାଳକ ଲୋପାମୁଦ୍ରା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply