ଜିଲ୍ଲାସ୍ତରୀୟ କୃଷକ ଦିବସ ଓ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ: ସିଏମ୍‌ ଯୋଜନାରେ ୧ ଲକ୍ଷ ୭୬ ହଜାର ୧୭୪ ଚାଷୀଙ୍କୁ ସହାୟତା ପ୍ରଦାନ

You are currently viewing ଜିଲ୍ଲାସ୍ତରୀୟ କୃଷକ ଦିବସ ଓ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ: ସିଏମ୍‌ ଯୋଜନାରେ ୧ ଲକ୍ଷ ୭୬ ହଜାର ୧୭୪ ଚାଷୀଙ୍କୁ ସହାୟତା ପ୍ରଦାନ

ଅନୁଗୁଳ: ଆଜି ପୂର୍ବାହ୍ନରେ ପଞ୍ଚମହଲାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ଅକ୍ଷୟ ତୃତୀୟା ଓ ଅକ୍ଷିମୁଠି ଅନୁକୂଳ ଆୟୋଜିତ ହୋଇଛି। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ସମ୍ମାନିତ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତର, ଅନୁଗୁଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜଶ୍ରୀ ସାହୁ, ବଅଁରପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜୟ ନାଥ ପ୍ରମୁଖ ଯୋଗ ଦେଇଥିଲେ।
ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉମାଶଙ୍କର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଉତ୍ସବରେ କୃଷି ବିଭାଗ ତରଫରୁ ପୂଜାର୍ଚ୍ଚନା ସହିତ ଅକ୍ଷି ମୁଠି ଅନୁକୂଳ କରାଯାଇଥିଲା। ଢେଙ୍କାନାଳ ସାଂସଦ, ଅନୁଗୁଳ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଓ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର ଡଃ.ଦେବାଶିଷ ମିଶ୍ର ଅକ୍ଷିମୁଠି ଅନୁକୂଳ କରାଯାଇଥିଲା।
କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀଙ୍କୁ ସମ୍ମାନ ପାଇଁ ସରକାରଙ୍କ ତରଫରୁ ସି .ଏମ୍ କିଷାନ ଯୋଜନାରେ ଏ ବର୍ଷର ପ୍ରଥମ କିସ୍ତି ପ୍ରଦାନ କରିଥିଲେ। ସିଧା ପ୍ରସାରଣରେ ଚାଷୀ, ପଞ୍ଚାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ। ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର ଡ.ଦେବାଶିଷ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ।
ପ୍ରକାଶଥାଉକି, ଜିଲ୍ଲାରେ ମୋଟ୍‌ ୧ ଲକ୍ଷ ୭୬ ହଜାର ୧୭୪ ଚାଷୀଙ୍କୁ ୩୫ କୋଟି ୨୩ ଲକ୍ଷ ୪୮ ହଜାର ଟଙ୍କା ଏହି ଯୋଜନାରେ ପ୍ରଦାନ କରାଯାଇଛି।

Share

Leave a Reply