ପାତ୍ରପଡା ତାଳ ମଣ୍ଡଳୀ ସାହିରେ ଚଢ଼ାଉ, ବନ୍ୟ ଜନ୍ତୁ ଶିକାର ସାମଗ୍ରୀ ଉଦ୍ଧାର: ବନ୍ଧୁକ ଫାଶ, ତାର, ବାରୁଦ, ବାରହା ମାଂସ ଆଦି ଜବତ

You are currently viewing ପାତ୍ରପଡା ତାଳ ମଣ୍ଡଳୀ ସାହିରେ ଚଢ଼ାଉ, ବନ୍ୟ ଜନ୍ତୁ ଶିକାର ସାମଗ୍ରୀ ଉଦ୍ଧାର: ବନ୍ଧୁକ ଫାଶ, ତାର, ବାରୁଦ, ବାରହା ମାଂସ ଆଦି ଜବତ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଛେଣ୍ଡିପଦା ରେଞ୍ଜ୍ ପାତ୍ରପଡା ତାଳ ମଣ୍ଡଳୀ ସାହିରେ କିଛି ଘର ଉପରେ ବନ ବିଭାଗ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରାଯାଇଛି। ମଙ୍ଗଳବାର ସନ୍ଧ୍ୟା ସମୟରେ ଚଢାଉ ବେଳେ ବନବିଭାଗ ପାତ୍ରପଡା ତାଳ ମଣ୍ଡଳୀ ସାହିର ଗୋଟିଏ ଘରୁ ୨ଟି ଦେଶୀ ବନ୍ଧୁକ, ବାରହା ମାଂସ, ୧୦୦ ଗ୍ରାମ ବାରୁଦ, ୧୧୦ ଶିଶା ଗୁଳି, ୬ଟି ଟାଙ୍ଗିଆ, ୮ ବଣ୍ଡଲ କେନ୍ଦୁପତ୍ର, ତାର ସମେତ ବନ୍ୟ ଜନ୍ତୁ ଶିକାର ପାଇଁ ବ୍ୟବହୃତ ସାମଗ୍ରୀକୁ ଜବତ କରିଥିଲା ବନ ବିଭାଗ। ପାତ୍ରପଡା ଗ୍ରାମର ପିଣ୍ଟୁ ଦାସଙ୍କ ଘର ତଲାସି କରାଯାଇଥିଲା ଏବଂ ତଲାସି କରିବା ସମୟରେ ବିଭିନ୍ନ ଅପରାଧିକ ସାମଗ୍ରୀ ଉଦ୍ଧାର କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ପ୍ଲାଷ୍ଟିକ୍ ତାର ୫୦ ମିଟର, ୨କିଗ୍ରା ଜିଆଇ ତାର, ୨ଟି ପାନୀଖି, ୬ଟି ଟାଙ୍ଗିଆ, ସିସା ୧୦୦ ଗ୍ରାମ, ୨ଟି ହେଡ ଟର୍ଚ୍ଚ, ୪ଟି ହାତ ତିଆରି ବିସ୍ଫୋରକ ବୋମା, ୧୦୦ଗ୍ରାମ ଜିଙ୍କ ବାରୁଦ ଆଦି ରହିଛି। ଜବତ ସାମଗ୍ରୀକୁ ବନବିଭାଗ ପକ୍ଷରୁ ଛେଣ୍ଡିପଦା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଛି।

ଏହି ଚଢ଼ାଉରେ ଫରେଷ୍ଟର ସୁଶାନ୍ତ କୁମାର ନାଏକ, ଫରେଷ୍ଟର ଦୀଗାମ୍ଵର ନାୟକ, ବେଣୁଧର ବେହେରା, ସୋନାପିକା ପ୍ରିୟଦର୍ଶିନୀ, ବିରଜା ପ୍ରସାଦ ପ୍ରଧାନ, ଗୀତା ମାଝୀ, ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଏବଂ ଛେଣ୍ଡିପଦା ରେଞ୍ଜର ଗଜମିତ୍ର ସାମିଲ ହୋଇଥିଲେ।

Share

Leave a Reply