ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ –୨୦୨୨”

You are currently viewing ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ –୨୦୨୨”

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ବାରା ସୋମବାର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଶିଶୁ ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ – ୨୦୨୨’’ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧ୍ୟବସାୟ ଓ ଚେଷ୍ଟା ବଳରେ ପିଲା ଯେଉଁ ପରିବେଶରେ ଜନ୍ମ ହେଇଥାଉ ନା କାହିଁକି ସେ ସମାଜ ବାବିଶ୍ବରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ସୁନାଗରିକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବବିତା ମିଶ୍ର, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟା ପଦ୍ମାବତୀ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକ, ପୂର୍ବତନ ଶିଶୁ ମଙ୍ଗଳ ସମିତିର ସଦସ୍ୟ ବିଜୟ ମହାପାତ୍ର ଓ ସଦସ୍ୟା ଅନିତା ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଶିଶୁମାନଙ୍କୁ ସୁନାଗରିକ ଭାବେ ଗଢି ହେବା ପାଇଁ ଉତ୍ସାହିତ କରିଥିଲେ। କାର୍ଯକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଭାବେ ଅନୁଗୁଳ ମାଟିର ସିନେ ଶିଶୁ କଳାକାର ନିଷିତା ପ୍ରିୟଦର୍ଶିନୀ ନାଚ, ଗୀତ ଓ କଥୋପକଥନ ମାଧ୍ୟମରେ ଶିଶୁମାନଙ୍କ ପ୍ରତିଭାର ବିକାଶ ପାଇଁ ଉତ୍ସାହିତ କରିଥିଲେ। ଏହି ଅବସରରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଏକ ସଚେତନତା ରଥ ପରିକ୍ରମାର ଉଦଘାଟନ କରାଯାଇଥିଲା।

ଏହି ରଥ ଆଗାମୀ ୮ ଦିନ ଧରି ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣକୁ ଭ୍ରମଣ କରି ପୋଷ୍ୟ ସନ୍ତାନଗ୍ରହଣ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ। ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ପିଲାମାନଙ୍କ ମଧ୍ୟରେ ବକ୍ତୃତା, ସଙ୍ଗୀତ, ଜଣା ଅଜଣା, ଚିତ୍ରାଙ୍କନ, ଦଳଗତ ନୃତ୍ୟ ପ୍ରଭୃତି ବିଭିନ୍ନ ବୟସ ଗୋଷ୍ଠୀର ଶିଶୁମାନଙ୍କ ସହିତ ଆୟୋଜନ କରାଯାଇ କୃତୀ ଶିଶୁମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏଥିରେ ମୋଟ ୧୫୦ ଜଣ ଶିଶୁ ପ୍ରତିଯୋଗୀଙ୍କ ସହିତ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଚାଇଲ୍ଡ ଲାଇନ କର୍ମକର୍ତ୍ତା, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଆଦିରୁ ସଦସ୍ୟ ଅଂଶଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟ।ଳୟର ପିଓଏନଆଇସି ଝରଣା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply