ଜିଲ୍ଲାସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା: ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍

You are currently viewing ଜିଲ୍ଲାସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା: ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍

ଅନୁଗୁଳ: ହକି ବିଶ୍ବକପ୍‌ ଅବସରରେ ଅନୁଗୁଳରେ ଜିଲ୍ଲାସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା ଆୟୋଜିତ ହୋଇଛି। କଦମପଡ଼ିଆରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଦ୍ବିତୀୟ ଦିନର ପ୍ରଥମ ମ୍ୟାଚ୍‌ ଆଠମଲ୍ଲିକ ଓ ପାଳଲହଡ଼ା ମଧ୍ୟରେ ଖେଳାଯାଇଥିଲା। ଏଥିରେ ଆଠମଲ୍ଲିକ ୨୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଜବାବରେ ପାଳଲହଡ଼ା ୧୯ ରନ୍‌ରେ ଅଲଆଉଟ୍‌ ହୋଇ ମ୍ୟାଚ୍‌ରେ ହାରିଛି।
ଦ୍ବିତୀୟ ମ୍ୟାଚରେ କଣିହାଁ ପ୍ରଥମେ ବ୍ୟାଟିଂ କରି ୪୧ ରନ୍‌ କରିଥିଲା। ଜବାବରେ କିଶୋରନଗର ୭.୪ ଓଭରରେ ୪୪ ରନ୍‌ କରି ମ୍ୟାଚ୍ ଜିତିଥିଲା। ସେମିଫାଇନାଲ୍‌ ମ୍ୟାଚ୍‌ ଆଠମଲ୍ଲିକ ଓ କି‌ଶୋରନଗର ମଧ୍ୟରେ ଖେଳାଯାଇଥିଲା। ଏଥିରେ ଆଠମଲ୍ଲିକ ପ୍ରଥମେ ବ୍ୟାଟିଂ କରି ୨୭ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଜବାବରେ କିଶୋରନଗର ୬.୫ ଓଭରରେ ୩୨ ରନ୍‌ କରି ମ୍ୟାଚ୍‌ରେ ବିଜୟୀ ହୋଇଥିଲା।
ପ୍ରଥମ ପର୍ଯ୍ୟାୟ ଖେଳରେ ବଅଁରପାଳ ଫାଇନାଲ୍‌କୁ ଉନ୍ନୀତ ହୋଇଥିଲାବେଳେ ଆସନ୍ତାକାଲି ଫାଇନାଲ ମ୍ୟାଚ୍‌ ଖେଳାଯିବ। ଆଜି ଖେଳରେ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସେଠ, ପ୍ରଶାନ୍ତ କୁମାର ସିଂ, ବିନୋଦ ଦେହୁରୀ, ଦୋଳଗୋବିନ୍ଦ ଦଳେଇ, ଦୁଷ୍ମନ୍ତ କୁମାର ସାହୁ, ଅଶୋକ କୁମା‌ର ପଣ୍ଡା, ତପନ କୁମାର ସାମଲ, ରଜତ କୁମାର ସାମଲ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

Share

Leave a Reply