ବାଲ୍ୟ ବିବାହ ବିରୋଧରେ ଜିଲ୍ଲାସ୍ତରୀୟ ସାଇକେଲ ରାଲି

You are currently viewing ବାଲ୍ୟ ବିବାହ ବିରୋଧରେ ଜିଲ୍ଲାସ୍ତରୀୟ ସାଇକେଲ ରାଲି

ଅନୁଗୁଳ: ୭୭ତମ ଗଣତନ୍ତ୍ର ଦିବସ ଅବସରରେ ଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଏହାକୁ ଉଦ୍‌ଘାଟନ କରିଥିଲେ। ୨୦୩୦ ସୁଦ୍ଧା ଭାରତକୁ ବାଲ୍ୟ ବିବାହ ମୁକ୍ତ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଚଳିତବର୍ଷର ଥିମ ରହିଛି, “ବାଲ୍ୟ ବିବାହ ଏକ ଅପରାଧ” ଓ “ଶିଶୁମାନଙ୍କୁ ଶିଖିବାକୁ ଓ ସ୍ୱପ୍ନ ଦେଖିବାକୁ ଦିଅ”।

ହାଇସ୍କୁଲ ଓ କଲେଜର ଛାତ୍ରୀମାନେ ସାଇକେଲ ଯୋଗେ ସହର ପରିକ୍ରମା କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୂପମା ପାଣି, ରୁନୁ ପ୍ରଧାନ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ।

Share

Leave a Reply