ବାଲ୍ୟ ବିବାହ ବନ୍ଦ ନେଇ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର

You are currently viewing ବାଲ୍ୟ ବିବାହ ବନ୍ଦ ନେଇ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର

ଅନୁଗୁଳ: ଅନୁଗୁଳ ଜଲ୍ଲା ଡିଆରଡିଏ ସଭାଗୃହରେ ଶୁକ୍ରବାର ଜିଲ୍ଲାର ବିଭିନ୍ନ ଜାତି, ଧର୍ମ, ସମ୍ପ୍ରଦାୟର ନେତୃମଣ୍ଡଳୀଙ୍କୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ସମାଜ ମଙ୍ଗଳ ବିଭାଗଙ୍କ ମିଳିତ ଉଦ୍ୟମରେ ଆକ୍ସନ ଏଡଙ୍କ ସହାୟତାରେ ଏକ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରସନ୍ନ କୁମାର ବିଶ୍ବାଳ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଧେଶକ(ଡିଆରଡିଏ) ପଦ୍ମନାଭ ସାମନ୍ତରାୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବବିତା ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଯୋଜନା ଅଧିକାରୀ ନାରାୟଣ ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରି ଶଙ୍କର ବେହେରା ଓ ଆକ୍ସନ ଏଡର ଜିଲା ସଂଯୋଜକ ସନ୍ତୋଷ କୁମାର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରବିନ୍ଦ ବେହେରା ପ୍ରମୁଖ ଅଂଶଗ୍ରହଣ କରି ବାଲ୍ୟ ବିବାହକୁ ଜିଲାରୁ ବନ୍ଦ କରିବା ପାଇଁ ସମ୍ପ୍ରଦାୟର ନେତୃମଣ୍ଡଳୀଙ୍କ ସହିତ ଆଲୋଚନା କରିଥିଲେ।

କାର୍ଯକ୍ରମର ପ୍ରାରମ୍ଭରେ ଆକ୍ସନ ଏଡର ଜିଲ୍ଲା ସଂଯୋଜକ ଶ୍ରୀ ବେହେରା ଅନୁଗୁଳ ଜିଲ୍ଲାର ବାଲ୍ୟ ବିବାହ ଓ କିଶୋରୀ ମାତୃତ୍ଵର ସ୍ଥିତି, ବାଲ୍ୟ ବିବାହର କାରଣ ଓ ପ୍ରଭାବ ଉପରେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ସହଭାଗୀତା ପ୍ରକ୍ରିୟାରେ ଅଧାରୁ ପାଠ ଛାଡିବା, ବାଲ୍ୟ ବିବାହ ଦ୍ବାରା ଶିଶୁର ଅଧିକାର କିପରି କ୍ଷୁର୍ଣ ହେଉଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ଆଲୋଚନାରେ ବିଭିନ୍ନ ଜାତି, ଧର୍ମ, ସମ୍ପଦାୟରେ ପ୍ରଚଳିତ ବିବାହ ପ୍ରଥା ଓ ପ୍ରଣୟନ ହେଉଥିବା ବିଭିନ୍ନ ନୀତିନିୟମ ସମ୍ପର୍କରେ ନେତୃମଣ୍ଡଳୀ ଉପସ୍ଥାପନ କରିଥିଲେ। ସମାଜରେ ବାଲ୍ୟ ବିବାହକୁ ରୋକିବା ପାଇଁ ବିଭିନ୍ନ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ମତ ପ୍ରକାଶ କରିଥିଲେ। ଏଥିସହିତ ନିଜ ଅଞ୍ଚଳରେ ବାଲ୍ୟ ବିବାହ କରାଇ ନ ଦେବା ପାଇଁ ଶପଥ ପାଠ କରିଥିଲେ। ଶେଷରେ ତାଳଚେର ସିଡିପିଓ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply