ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗୁରୁବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ଅନୁଗୁଳ ଷ୍ଟାଡିୟମରେ ୧୭ ବର୍ଷରୁ କମ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡିଶା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡାନୀତି ଓ କ୍ରୀଡ଼ାବିତ ମାନଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ସମ୍ପର୍କରେ ଶ୍ରୀ ସିଂହ ଆଲୋକପାତ କରିଥିଲେ। ଶ୍ରୀ ସିଂହ ଆହୁରି କହିଥିଲେ ଯ, ଫିଫା ମହିଳା ବିଶ୍ୱକପ(ସତର ବର୍ଷରୁ କମ) ଆୟୋଜନ କରି ଓଡିଶା ବିଶ୍ୱ କ୍ରୀଡା ଇତିହାସରେ ଏକ ନୂଆ ଫର୍ଦ୍ଦ ଆରମ୍ଭ କରିଛି। ଏଥିରେ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ସାଏ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତି ବେହେରା, ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ,ପୂର୍ବତନ ନଗରପାଳ ପୂର୍ଣ ଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇଥିଲେ।
ଟୁର୍ଣ୍ଣାମେଣ୍ଟରେ ୨୭୪ ଜଣ ଖେଳାଳି ଓ ୭୪ ଜଣ ଅଫିସିଆଲ ଯୋଗ ଦେଇଛନ୍ତି। ୧୫ ତାରିଖ ଦିନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶାରୀରିକଶିକ୍ଷା ନିରୀକ୍ଷକ ପ୍ରଶାନ୍ତ ସିହ୍ନା ଓ କ୍ରୀଡାଶିକ୍ଷକ ମାନେ ଉପସ୍ଥିତରହି କାର୍ଯ୍ୟକ୍ରମ ପରିଚାଳନ।କରିଥିଲେ।