ଅନୁଗୁଳ ଜିଲ୍ଲା ପ୍ରଶାସନର ମିଳିତ ଜନ ଶୁଣାଣି: ୮ଟି ଅଭିଯୋଗର ତୁରନ୍ତ ସମାଧାନ

You are currently viewing ଅନୁଗୁଳ ଜିଲ୍ଲା ପ୍ରଶାସନର ମିଳିତ ଜନ ଶୁଣାଣି: ୮ଟି ଅଭିଯୋଗର ତୁରନ୍ତ ସମାଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାଳଲହଡ଼ା ଉପଜିଲ୍ଲାପାଳଙ୍କ ସଭାଗୃହଠାରେ ଏକ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନେ ସ୍ବାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ଏବଂ ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ନିଜ ନିଜର ଅଭିଯୋଗ ଉପସ୍ଥାପନ କରିଥିଲେ। ଶିବିରରେ ମୋଟ ୭୪ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୬୨ଟି ବ୍ୟକ୍ତିଗତ ଏବଂ ୧୨ଟି ଗ୍ରାମ୍ୟଭିତ୍ତିକ ସମସ୍ୟା ରହିଥିଲା। ପ୍ରଶାସନ ପକ୍ଷରୁ ୮ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ସୂଚନା ମିଳିଛି।

ଏହି ଅବସରରେ ହିତାଧିକାରୀଙ୍କୁ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଦୁଇ ଜଣ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ନବୀନ କୁମାର ସାହୁ, ଅମିତ ବାରିକ, କମଳ ଲୋଚନ ସେଠୀ, ଲୁଟୁ ପିଙ୍ଗୁଆ, ସୌଭାଗ୍ୟ ଗୁରୁ, ରିନା ବୋଇତ ଏବଂ ବୀଣାପାଣି ସାହୁଙ୍କ ସମେତ ମୋଟ ୭ ଜଣଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା। ପ୍ରାଶାସନିକ ସ୍ତରରେ ଲୋକଙ୍କ ସମସ୍ୟା ବୁଝିବା ଓ ତାହାର ସମାଧାନ କରିବା ଦିଗରେ ଏହି ଶିବିର ବେଶ୍ ସହାୟକ ହୋଇଛି।
ଅନ୍ୟମାନଙ୍କ ମଧ୍ୟରେ ପାଳଲହଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ନାଏକ, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିରଞ୍ଚି ବାଗ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ମଦନ ମୋହନ ପ୍ରଧାନ ଏବଂ ପାଳଲହଡା ବିଡିଓ ନିଶାନ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏଥିସହ ତହସିଲଦାର ଆକାଂକ୍ଷା ମହାପାତ୍ର, ଆସିଷ୍ଟାଣ୍ଟ କଲେକ୍ଟର ସଞ୍ଜୟ କୁମାର ଭୋଇ ଓ ବିଭିନ୍ନ ବିଭାଗର ଜିଲ୍ଲା ତଥା ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ଶୁଣାଣି ପ୍ରକ୍ରିୟାରେ ସାମିଲ ହୋଇଥିଲେ।

Share

Leave a Reply