ରଜରେ ଆୟୋଜିତ ହେବ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା, କୃତି ପ୍ରତିଯୋଗୀଙ୍କୁ କରାଯିବ ପୁରସ୍କୃତ

You are currently viewing ରଜରେ ଆୟୋଜିତ ହେବ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା, କୃତି ପ୍ରତିଯୋଗୀଙ୍କୁ କରାଯିବ ପୁରସ୍କୃତ

ତାଳଚେର: ରଜ ସଂକ୍ରାନ୍ତି ପାଳନ ଅବସରରେ ସାଂସ୍କୃତିକ ଅନୁଷ୍ଠାନ ‘ମା’ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ’ ପକ୍ଷରୁ ୧୧ ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା

ଅନୁଷ୍ଠିତ ହେବ। ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ଚଳିତ ମାସ ୧୫ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ବାଲ୍ମିକୀ ରାମାୟଣରୁ ସମସ୍ତ ପ୍ରଶ୍ନ ପଚରାଯିବ। ପ୍ରତ୍ୟେକ ଗ୍ରାମ କିମ୍ବା ଅନୁଷ୍ଠାନରୁ ଚାରି ଜଣ ଲେଖାଏଁ ପ୍ରତିଯୋଗୀ ଗୋଟିଏ ଦଳ ହିସାବରେ ଏଥିରେ ଅଂଶ ଗ୍ରହଣ କରିପାରିବେ। ସମସ୍ତ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ
ପକ୍ଷରୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯିବ।

ଶ୍ରେଷ୍ଠ ବିବେଚିତ ହୋଇଥିବା ତିନୋଟି ଦଳକୁ ବିଶେଷ ପୁରସ୍କାର ସହ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯିବ। ଏ ନେଇ ଅଧିକ ସୂଚନା ପାଇଁ ପରିଷଦର ସଭାପତି ସୌଭାଗ୍ୟ ଚନ୍ଦ୍ର ପ୍ରଧାନ,ସଂପାଦକ ଜଗନ୍ ମୋହନ ଗଡନାୟକ ଓ କାର୍ଯ୍ୟକ୍ରମର ପରିଚାଳକ ଗବେଷକ ବିଭୂତି ଭୂଷଣ ସାହୁଙ୍କ ସହ ଯୋଗାଯୋଗ କରିବାକୁ ପରିଷଦ ପକ୍ଷରୁ କୁହାଯାଇଛି।

Share

Leave a Reply