ଅନୁଗୁଳ: ଅନୁଗୁଳ ସନ୍ତରଣାଗାର ଠାରେ ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଏହି ପ୍ରତିଯୋଗିତାକୁ ଉଦଘାଟନ କରି ଛାତ୍ରଛାତ୍ରୀ ମାନେ ସନ୍ତରଣ ଶିଖିବା ନିହାତି ଜରୁରୀ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଓ ସନ୍ତରଣ ବିଭାଗ ପରିଚାଳକ ପ୍ରମୁଖ ଯୋଗ ଦେଇଥିଲେ। ସର୍ବ କନିଷ୍ଠ, କନିଷ୍ଠ ଆଦି ବିଭିନ୍ନ ବର୍ଗରେ ଫ୍ରି ଷ୍ଟାଇଲ ଓ ବଟରଫ୍ଲାଏ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ପ୍ରାୟ ୬୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ ।
ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଆୟୋଜିତ
- Post published:June 6, 2025
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik

Tags: Angul