ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ: ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ଚାଷୀଙ୍କୁ ଆହ୍ୱାନ

You are currently viewing ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ: ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ଚାଷୀଙ୍କୁ ଆହ୍ୱାନ

ଅନୁଗୁଳ: ଆଜି ସ୍ଥାନୀୟ ମିଶ୍ରପଡ଼ା ସ୍ଥିତ ଭୋଜନ ବାହାର ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ‍.ନିରୋଦ ଦାସ ଯୋଗ ଦେଇ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା ଏବଂ ଆଜୋଲା (AZOLLA) ଚାଷ, ଗୋପାଳନ ଓ କାମଧେନୁ ଯୋଜନା ଇତ୍ୟାଦି ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଅମ୍ବର ଲୁଗୁନ ଯୋଗ ଦେଇ ଉଦ୍ୟାନ ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ। ଜିଲ୍ଲା ଉପମତ୍ସ୍ୟ ନିର୍ଦ୍ଦେଶକ କୁଆଁର ମାଏଁ ଚାଷୀଙ୍କୁ ସମନ୍ବିତ ମତ୍ସ୍ୟଚାଷ ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଉପକୃତ ହେବା ପାଇଁ ପ୍ରେରଣା ଦେଇଥିଲେ।

ଏହି ଅବସରରେ ୩ ଜଣ ଭଲ ପ୍ରଦର୍ଶନ କରିଥିବା ମତ୍ସ୍ୟ ଚାଷୀକୁ ସମ୍ମାନିତ କରାଯାଇଥିଲା। ସଭାରେ ୧୦୦ରୁ ଅଧିକ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସମସ୍ତ ବ୍ଲକର ମତ୍ସ୍ୟ ଅଧିକାରୀ ଏବଂ ଉଦ୍ୟୋଗୀ ଚାଷୀ ଅଂଶଗ୍ରହଣ କରିଥିଲେ। ଶେଷରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply