ଜିଲ୍ଲାସ୍ତରୀୟ ବିଶ୍ଵ ଜଳାତଙ୍କ ଦିବସ

You are currently viewing ଜିଲ୍ଲାସ୍ତରୀୟ ବିଶ୍ଵ ଜଳାତଙ୍କ ଦିବସ

ଅନୁଗୁଳ: ପଞ୍ଚମହଲା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ବିଶ୍ଵ ଜଳାତଙ୍କ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ଅନୁଗୁଳ ସିଡିଭିଓ ଡ଼ା ନିରୋଦ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମ୍ପ୍ରତି ବର୍ଷକୁ ବର୍ଷ ବଢ଼ି ଚାଲିଥିବା ଜଳାତଙ୍କ ରୋଗ ଓ ଏହାର ପ୍ରତିକାର ଉପରେ ଡ଼ା ଦାସ ଆଲୋକପାତ କରିଥିଲେ।

ରାଜ୍ୟରେ ବର୍ଷକୁ ୩ ଲକ୍ଷରୁ ଅଧିକ ଲୋକ କୁକୁର କାମୁଡାରେ ଆହତ ହୋଇ ଡାକ୍ତରଖାନାକୁ ଆସିଥାନ୍ତି।ପ୍ରାଥମିକ ଚିକିତ୍ସା ଏବଂ ଆଣ୍ଟି ରାବିଜ୍ ଭ୍ୟାକ୍ସିନ ଦିଆଯାଇ ରୋଗୀର ଚିକିତ୍ସା କରାଯାଇଥାଏ। ଆଜିଯାଏ ଜଳାତଙ୍କ ରୋଗ ପାଇଁ ସଫଳ ଔଷଧ ବାହାରି ନାହିଁ ତେଣୁ ଅଧିକରୁ ଅଧିକ ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ ଯୋଜନାରେ ସାମିଲ କରିବା, ପୋଷା କୁକୁରଙ୍କୁ ବାର୍ଷିକ ଟୀକା ଦେବା ଏବଂ କୁକୁର କାମୁଡ଼ା ରୋଗୀଙ୍କୁ ମାଗଣାରେ ଏଆରଭି ଦେଇ ତାକୁ ସୁସ୍ଥ କରିବା ଲକ୍ଷ୍ୟ ନେଇ ପ୍ରାଣୀ ବିଭାଗ କାର୍ଯ୍ୟ କରି ଆସୁଛି। ସରକାର ୨୦୩୦ ସୁଦ୍ଧା ରାଜ୍ୟକୁ କୁକୁର କାମୁଡ଼ାରୁ ମୁକ୍ତ କରିବାକୁ ଲକ୍ଷ୍ୟ ରଖି ଯୋଜନା ପ୍ରସ୍ତୁତ କରୁଛନ୍ତି।

ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଏଡିଭିଓ  ଡ଼ା ପ୍ରତାପ କୁମାର ପଟ୍ଟନାୟକ,ଡ଼ା ନିଗମାନନ୍ଦ ପାଢ଼ୀ ଏବଂ ଉପ ନିର୍ଦ୍ଦେଶକ ଡ଼ା କେଶବ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଜଳାତଙ୍କ ଦିବସ ଅବସରରେ ଅନୁଗୁଳ ପ୍ରାଣୀ ଚିକିତ୍ସାଳୟରେ ପୋଷା କୁକୁରଙ୍କୁ ଷ୍ଟକ୍ ସରିବା ଯାଏ ମାଗଣା ଟୀକା ଦିଆଯିବ ବୋଲି ଡ଼ା ପ୍ରଧାନ ପ୍ରକାଶ କରିଥିଲେ।

Share

Leave a Reply