ଅଶୋକ ମହାନ୍ତିଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ: ପାଳଲହଡ଼ାରେ ଭବ୍ୟ ସମ୍ବର୍ଦ୍ଧନା

You are currently viewing ଅଶୋକ ମହାନ୍ତିଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ: ପାଳଲହଡ଼ାରେ ଭବ୍ୟ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ନୂତନ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ମନୋନୀତ ହେବା ପରେ ଶୁକ୍ରବାର ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ନୂତନ ଦାୟିତ୍ୱ ପାଇବା ପରେ ବିଧାୟକଙ୍କ ପ୍ରଥମ ପାଳଲହଡ଼ା ଗସ୍ତ ଅବସରରେ ଦଳୀୟ କର୍ମକର୍ତ୍ତାଙ୍କ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

ବିଧାୟକ ଶ୍ରୀ ମହାନ୍ତି ବାଇପାସ ରୋଡ଼ଠାରୁ ଶୋଭାଯାତ୍ରାରେ ବାହାରି ମା’ କୁଣ୍ଢେଇବିରା ଓ ବଳଦେବଜୀଉ ମନ୍ଦିରରେ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହାପରେ ସେ ସ୍ଥାନୀୟ ଡାକ ବଙ୍ଗଳାଠାରେ ନାଗରିକ ମଞ୍ଚ ଓ କର୍ମୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ। ଏହି ଅବସରରେ ସେ ସହରରେ ଥିବା ସ୍ଵାଧୀନତା ସଂଗ୍ରାମୀ ଓ ଜନନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇ ବିଧାୟକ କହିଛନ୍ତି ଯେ, ପାଳଲହଡ଼ା ତଥା ଜିଲ୍ଲାର ସର୍ବାଙ୍ଗିନ ବିକାଶ ପାଇଁ ସେ ସଦାସର୍ବଦା ଚେଷ୍ଟିତ ରହିବେ। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରହ୍ଲାଦ ସାମଲ, ମଣ୍ଡଳ ସଭାପତି ଆଶିଷ ସାମଲଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ।

Share

Leave a Reply