ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ, ଗହଳି ନିୟନ୍ତ୍ରଣ ଉପରେ ଗୁରୁତ୍ୱ

You are currently viewing ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ, ଗହଳି ନିୟନ୍ତ୍ରଣ ଉପରେ ଗୁରୁତ୍ୱ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଅନୁଗୁଳ ସହରର ମୁଖ୍ୟ ଜନଗହଳିପୂର୍ଣ୍ଣ ରାସ୍ତା ଦେଇ ଯାତାୟାତ କରୁଥିବା ବହୁ ଚକା ବିଶିଷ୍ଟ ଟ୍ରଲର ଗାଡିଗୁଡିକୁ ସକାଳ ୭ ଟାରୁ ଦିନ ୧ଟା ଓ ଅପରାହ୍ନ ୫ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚଳାଚଳ ନ କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ନିଷ୍ଫଳ କୁମାର ପଟ୍ଟନାୟକ ଦେଇଥିବା ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ରାସ୍ତାରେ ଗାଡ଼ି ମଟର ଚଳାଚଳ ସମସ୍ୟା ଦୂର ହେବ ବୋଲି ମତ ପ୍ରକାଶ ପାଇଛି। ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ଯାଉଥିବାରୁ ଏହା ଦ୍ବାରା ଗାଡ଼ିଗୁଡ଼ିକର ଗତି ବୃଦ୍ଧି ପାଇବ। ତୁକୁଡା ଠାରେ ରାସ୍ତା ଉପରେ ବ୍ୟବସାୟୀମାନେ ହାଟ ବସାଉଥିବାରୁ ଦୁର୍ଘଟଣା ହେବାର ଆଶଙ୍କା ବୃଦ୍ଧି ପାଇଛି। ଏହି ହାଟକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ସ୍ଥାନ ନିରୂପଣ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡିଏସପି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଦାସ, ସଡକ ସୁରକ୍ଷା ଅଧିକାରୀ ଗଗନ ପରିଜା, ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply