ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ରାସ୍ତା ମରାମତି ଓ ଆଲୋକୀକରଣ ଉପରେ ଗୁରୁତ୍ୱାରୋପ

You are currently viewing ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ରାସ୍ତା ମରାମତି ଓ ଆଲୋକୀକରଣ ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ କନିଷ୍ଠ ମୋଟର ଯାନ ନିରୀକ୍ଷକ ଦିବ୍ୟଜ୍ୟୋତି ମହନ୍ତ ପାଓ୍ବାର ପଏଣ୍ଟ ମାଧ୍ୟମରେ ଗତ ମେ’ ମାସରେ ଜିଲ୍ଲା ସଦର ମହକୁମା ଏବଂ ଉପଖଣ୍ଡରେ ହୋଇଥିବା ବିଭିନ୍ନ ଦୁର୍ଘଟଣା, ମୃତ୍ୟୁହାର, କ୍ଷୟ କ୍ଷତି ଏବଂ କ୍ଷତିପୂରଣ ସମ୍ପର୍କରେ ବୁଝାଇଥିଲେ।

ବୈଠକରେ ବଅଁରପାଳ ଛକ ମରାମତି ଓ ଆଲୋକୀକରଣ କରାଯିବାକୁ ନିର୍ଦ୍ଦେଶ ହୋଇଛି। ଏଥିସହ ଶକ୍ତି କଣ୍ଟିନେଣ୍ଟାଲ ସମ୍ମୁଖରେ ଥିବା ହମ୍ପସ ସଜାଡିବା, କଳ୍ପତରୁ ହୋଟେଲ ଆଗକୁ ଥିବା ବ୍ରିଜ ନିକଟରେ ଦୁର୍ଘଟଣା ସମ୍ଭାବନାକୁ ଦୃଷ୍ଟିରେ ରଖି ଏହାକୁ ତୁରନ୍ତ ସମ୍ପ୍ରସାରଣ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା। ବିଭିନ୍ନ ଛକ ଜାଗମାନଙ୍କରେ ସାଂକେତିକ ଚିହ୍ନ, ସିଗ୍ନାଲ ଇତ୍ୟାଦି ଠିକ୍ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଖମାର ସ୍ଥିତ ବ୍ୟାରିକେଡର ମରାମତି, କଣ୍ଟିଆପଶି ଠାରେ ଡିଭାଇଡରରେ ପୁନଃ ର ଲଗାଇବା ତଥା ବର୍ଷା ଦିନ ପୂର୍ବରୁ ସମସ୍ତ ଖରାପ ରାସ୍ତାକୁ ମରାମତି କରି ନିୟମିତ ତଦାରଖ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଉପ ଆରକ୍ଷୀ ଅଧିକାରୀ ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ, ବସ ଓ ଟ୍ରକ ଆସୋସିଏସନର ସଭାପତି ଏବଂ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Share

Leave a Reply