ଅନୁଗୁଳ: ଅନୁଗୁଳ ଜିଲ୍ଲାପଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଙ୍ଗଳବାର ଛେଣ୍ଡିପଦା ଗ୍ରସ୍ତ ସମୟରେ ଉତ୍କଳ-ଡି କୋଲ ବ୍ଲକ୍ ପରିଦର୍ଶନ କରିଥିଲେ। ଅନୁଗୁଳ ଉପ-ଜିଲ୍ଲାପାଳ ବୈତୁରା ଦୀପଙ୍କ ଉପସ୍ଥିତିରେ ଉତ୍କଳ ଡି କୋଇଲା ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଏବଂ ଖଣି କାର୍ଯ୍ୟ ପରିଦର୍ଶନ କରି ସମୀକ୍ଷା କରିଥିଲେ। ଛେଣ୍ଡିପଦା ଠାରେ ନୂତନ ଭାବେ ଆରମ୍ଭ ହୋଇଥିବା କୋଇଲା ଖଣିକୁ ପରିଦର୍ଶନ ସମୟରେ ଜିଲ୍ଲାପାଳ ଖଣି ମଧ୍ୟରେ ଉପଯୁକ୍ତ ସୁରକ୍ଷା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଉତ୍କଳ -ଡି କୋଲ ବ୍ଲକ ପରିଦର୍ଶନ କଲେ ଜିଲ୍ଲାପାଳ
- Post published:December 21, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
