ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶନିବାର ରାତିରେ ଫୁଲପଡ଼ା ଅଞ୍ଚଳରେ ଚଢ଼ାଉକରି ଦେଶୀ ଓବିଦେଶୀ ମଦ ଜବତ କରିଛି। ସୂଚନା ଯେ, ଫୁଲପଡ଼ାର ପପୁ ଗଡ଼ନାୟକ ତାଙ୍କ ଘରେ ଚୋରା ମଦ ରଖି ବେପାର କରୁଥିଲେ। ଏ ନେଇ ସୂଚନା ପାଇବାପରେ ପୁଲିସ ଶନିବାର ରାତିରେ ଚଢ଼ାଉକରି ୧୩୨ ବୋତଲ ବୟର ଓ ୨୯୭ ପାଉଚ ରନ୍ଧା ମଦ ଜବତ କରିଛି। ଚଢ଼ାଉବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି। ଏ ନେଇ ଏକ ମାମଲା ରୁଜୁକରି ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି।
ଦେଶୀ ଓ ବିଦେଶୀ ମଦ ଜବତ
- Post published:April 25, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
