ଡ଼ାକ୍ତରଙ୍କ ବଦାନ୍ୟତା, କରୋନା ମୁକାବିଲା ପାଇଁ ଦାନ କଲେ ୫ ଲକ୍ଷ

You are currently viewing ଡ଼ାକ୍ତରଙ୍କ ବଦାନ୍ୟତା, କରୋନା ମୁକାବିଲା ପାଇଁ ଦାନ କଲେ ୫ ଲକ୍ଷ

ଅନୁଗୁଳ: ଡାକ୍ତର ଉମେଶ ଚନ୍ଦ୍ର ଦଶ(୭୭) । ବରିଷ୍ଠ ପ୍ରସ୍ତୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଜିଲ୍ଲାରେ ସ୍ବତନ୍ତ୍ର ପରିଚୟ ରହିଛି ତାଙ୍କର । କରୋନା ଭଳି ବିପତ୍ତି କାଳରେ ଚିକିତ୍ସା ଯୋଗାଇ ଢେର ପ୍ରଶଂସା ସାଉଁଟୁଥିବା କରୋନାର ଏହି ଆଗଧାଡ଼ିର ଯୋଦ୍ଧା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସାରା ଦେଶ କରୋନା ବିରୁଦ୍ଧରେ ଦୁର୍ବାର ଲଢ଼େଇ କରୁଥିବା ବେଳେ ଡାକ୍ତର ଶ୍ରୀ ଦାଶ ସରକାରଙ୍କ କରୋନା ଲଢ଼େଇରେ ସାମିଲ ହୋଇଛନ୍ତି। କରୋନା ମୁକାବିଲା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଚିଲିଫ୍ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଜଣେ କରୋନା ଯୋଦ୍ଧା ଭାବେ ଡାକ୍ତର ଶ୍ରୀ ଦାଶଙ୍କ ଏହି ବଦାନ୍ୟତା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ ବୋଲି ଜିଲ୍ଲାପାଳ ଆଶା ପ୍ରକଟ କରିଛନ୍ତି।ଡାକ୍ତର ଶ୍ରୀ ଦାଶ ଅନୁଗୁଳ ସହରର ଅମଲାପଡ଼ା ତୃତୀୟ ଲେନ୍‌ରେ ରହୁଛନ୍ତି।

Share

Leave a Reply