ଦୋଷ ଘୋଡ଼ାଇବାକୁ ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗର ପ୍ରୟାସ: ଜଳ ଅପଚୟ ନେଇ ଅଭିଯୋଗ ପରେ ଖୋଲା ଟ୍ୟାପରେ ଲଗାଇଲା ମିଟର

You are currently viewing ଦୋଷ ଘୋଡ଼ାଇବାକୁ ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗର ପ୍ରୟାସ: ଜଳ ଅପଚୟ ନେଇ ଅଭିଯୋଗ ପରେ ଖୋଲା ଟ୍ୟାପରେ ଲଗାଇଲା ମିଟର

ଅନୁଗୁଳ: ଅନୁଗୁଳ ସହରର ହାକିମପଡା ଅଞ୍ଚଳରେ ଏକ ଖୋଲା ଟ୍ୟାପରେ ଜଳ ଅପ ବ୍ୟବହାର ହେଉଥିବା ନେଇ ଖବର ପ୍ରସାରଣ ପରେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି। ସେହି ଖୋଲା ଟ୍ୟାପରେ ମିଟର ଲଗାଇ ନିଜ ଦୋଷ ଦୁର୍ବଳତା ଘୋଡାଇବାକୁ ପ୍ରୟାସ କରିଛି ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗ। ଏଥିସହ ଉକ୍ତ ଖୋଲା ଟ୍ୟାପ୍ ଜଣେ ହିତାଧିକାରୀଙ୍କ ନାମରେ ରହିଛି ବୋଲି ମଧ୍ଯ ସାମ୍ନାକୁ ଆସିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ମିଟର ପାଣି ପାଇପ୍ ରେ ସଂଯୋଗ ନ କରି ଟ୍ୟାପରେ ଲଗେଇ ଦେଇଛନ୍ତି। ହିତାଧିକାରୀ ନାମରେ ଥାଇ ହିତାଧିକାରୀଙ୍କ ଘରକୁ ସଂଯୋଗ ନ ଦେଇ ସର୍ବ ସାଧାରଣ ସ୍ଥାନରେ ପୁଣି ଖୋଲା ଟ୍ୟାପର ସୁବନ୍ଦୋବସ୍ତ କରିଦେଇଛନ୍ତି।

ଏହି ଖୋଲା ଟ୍ୟାପରୁ ଜଳ ଅପବ୍ୟବହାର ହେବା ସହିତ ହିତାଧିକାରୀଙ୍କ ଘରକୁ ସଠିକ୍ ଭାବେ ପାଣି ଯାଉନି ବୋଲି ଅଭିଯୋଗ ହେଉଥିଲେ ମଧ୍ୟ ଜନସ୍ୱାସ୍ଥ୍ୟ ବିଭାଗ ସେହି ଖୋଲା ଟ୍ୟାପ୍ ନେଇଥିବା ହିତାଧିକାରୀଙ୍କୁ ଅନୁକମ୍ପା ଦେଖାଇବା ଚିନ୍ତାଜନକ ଲାଗୁଛି। ତେବେ ଏଭଳି କରିବା ପଛର କାରଣ କଣ ତାହା ବୁଝା ପଡୁନାହିଁ।

ହିତାଧିକାରୀଙ୍କ ଘରକୁ ସଂଯୋଗ ନ ଦେଇ ସର୍ବସାଧାରଣ ସ୍ଥାନରେ ଟ୍ୟାପ୍ ଲଗାଇ ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗ ସରକାରଙ୍କ ନିୟମକୁ ଖୁଲମ୍ ଖୁଲା ଉଲ୍ଲଂଘନ କରି ରାଜସ୍ଵ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ତେବେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Share

Leave a Reply