ଅନୁଗୁଳ: ବରିଷ୍ଠ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡ଼ା ଗୌରୀ ଶଙ୍କର ବଳ ପିଏମପି ମେଡିକାଲ କଲେଜ୍ ହସ୍ପିଟାଲର ସିଡିଏମଓ ତଥା ଜନ ସ୍ବାସ୍ଥ୍ୟ ଅଧିକାରୀ ରୂପେ ଆଜି ସନ୍ଧ୍ୟାରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଡ଼ା ଶିବାନନ୍ଦ ମହାନ୍ତି ଆଜି ଅବସର ଗ୍ରହଣ ନେଲା ପରେ ଡ଼ା ବଳ ଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଛି। ମେଡିକାଲର ସର୍ବାଙ୍ଗୀନ ପ୍ରଗତି ତଥା ସ୍ବାସ୍ଥ୍ୟ ସେବା ରେ ଉନ୍ନତି ପାଇଁ ସେ ଅଗ୍ରାଧିକାର ଦେବେ ବୋଲି ଡ଼ା ବଳ ପ୍ରକାଶ କରିଛନ୍ତି।ଡ଼ା ବଳ ଦାୟିତ୍ଵ ଗ୍ରହଣ କଲାପରେ ତାଙ୍କୁ ବରିଷ୍ଠ କର୍ମଚାରୀ ନଳିନୀ ରଞ୍ଜନ ପ୍ରଧାନ, ସୁବ୍ରତ ବେହେରା,ପ୍ରଶାନ୍ତ କୁମାର ପାଣି,ରଞ୍ଜନ କୁମାର ସାହୁ,ଅଙ୍କିତା ସେଠୀ,ଅକ୍ଷୟ କୁମାର ବିଶ୍ବାଳ ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।
ଡ଼ା ବଳ ଅନୁଗୁଳ ସିଡିଏମଓ ଦାୟିତ୍ଵ ଗ୍ରହଣ କଲେ
- Post published:May 31, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul


