ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ଅନୁଗୁଳ ଶାଖା ପକ୍ଷରୁ ଆଜି ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ସିନେ ଅଭିନେତା ଅଶୋକ ଦାସ ମୁଖ୍ୟ ଅତିଥି ଭାବେ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ସମ୍ନାନିତ ଅତିଥି ଭାବେ ଅନୁଗୁଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନ୍ଦାକିନି ପ୍ରଧାନ, ଜିଲ୍ଲା ସାରିରିକ ଶିକ୍ଷା ନିରୀକ୍ଷକ ପ୍ରଶାନ୍ତ କୁମାର ସିହ୍ନା ଯୋଗ ଦେଇଥିଲେ।ଏହି ପ୍ରତିଯଗିତାରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ମୋଟ ୩୫୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । କଳା ଶିକ୍ଷକ ରବୀନ୍ଦ୍ର ନାଥ ସାହୁ ପ୍ରତିଯୋଗୀତା ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାର ବିଜେତାଙ୍କୁ ଆସନ୍ତା ଜାନୁୟାରୀ ମାସରେ ବିବେକାନନ୍ଦ ଜୟନ୍ତୀରେ ପୁରସ୍କୃତ କରାଯିବ ।
କଳା ଓ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା
- Post published:November 13, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul