ଅନୁଗୁଳ : ଅନୁଗୁଳ ବ୍ଲକ ନୂଆମୌଜା ପଞ୍ଚାୟତ ସରଧାପୁର ଗ୍ରାମର ମଣ୍ଡାପାଳ ସ୍ଥିତ ନଳକୂପ ପାଣି ବ୍ୟବହାର କରି କିଡ଼ନୀ ଜନିତ ରୋଗ ବ୍ୟାପୁଥିବାରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗାଁ ଲୋକ।
ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ସରଧାପୁର ପଞ୍ଚାୟତ ତରଫରୁ ଗାଁରେ ୪ – ୫ ଟି ନଳକୂପ ହେଇଛି। ସେହି ପାଣିକୁ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ କରୁଛନ୍ତି। ଏମିତି କି ପିଉଛନ୍ତି ମଧ୍ୟ। ଏହି ପାଣି ପିଇବା ଦ୍ୱାରା ଗାଁ ଲୋକ ମାନେ କିଡନୀ ରୋଗରେ ପୀଡ଼ିତ ହୋଇଛନ୍ତି। ଏ ନେଇ ବର୍ଷେରୁ ଅଧିକ ସମୟ ଧରି ପଞ୍ଚାୟତ କାର୍ଯ୍ୟାଳୟ ଏବଂ ବ୍ଲକ ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ମଙ୍ଗଳବାର ଗାଁ ଲୋକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏଥି ପ୍ରତି ଯଥାଶୀଘ୍ର ଧ୍ୟାନ ଦେଇ ପଞ୍ଚାୟତର ପାଣି ସମସ୍ୟାକୁ ଦୂର ନ ହେଲେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।