ଅନୁଗୁଳ: ଅନୁଗୁଳ ଶିମିଳିପଡ଼ା ଠାରେ ସୋମବାର ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଅନୁଗୁଳ ଶାଖା ଉଦ୍ଘାଟିତ ହୋଇଯାଇଛି। ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରଦୀପ ଜାଳି ଆନୁଷ୍ଠାନିକ ଭାବେ ଶାଖାକୁ ଉଦ୍ଘାଟନ କରିଥିଲେ। ଏହି ଜାତୀୟକରଣ ବ୍ୟାଙ୍କ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ କରୁ ବୋଲି ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଜୋନାଲ ମ୍ୟାନେଜର ବିନୟ କୁମାର ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ଶେଷ କ୍ୱାର୍ଟରରେ ୩୨୫ କୋଟି ଟଙ୍କା ଲାଭ କରିଛି। ଅନୁଗୁଳ ଶାଖା ଓଡ଼ିଶାର ୨୫ ତମ ଶାଖା ଅଟେ ଏବଂ ରାଜ୍ୟରେ ଏହାର ଅଧିକ ଶାଖା ଖୋଲାଯିବ ବୋଲି ବିନୟ କୁମାର ପ୍ରକାଶ କରିଥିଲେ। ବ୍ୟାଙ୍କ ପକ୍ଷରୁ ସୁନା ଋଣ,ଗୃହ ଋଣ, ବିଜିନେସ ଋଣ ସୁବିଧାରେ ଯୋଗାଇ ଦିଆଯିବ ବୋଲି ଶାଖା ପରିଚାଳକ ପ୍ରକାଶ କରିଛନ୍ତି।
ବ୍ୟାଙ୍କ ଅଫ ମହାରାଷ୍ଟ୍ର ଅନୁଗୋଳ ଶାଖା ଉଦ୍ଘାଟିତ
- Post published:February 1, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
Tags: Angul
You Might Also Like
ନବୀନଙ୍କ ପାଇଁ ଅନୁଗୁଳରେ ପ୍ରାର୍ଥନା, ମା’ ବୁଢ଼ୀଙ୍କୁ ଦୀପଦାନ କଲେ ଯୁବ ନେତା ଅନିଲ ଭୂଇଁଆ ଓ କର୍ମୀ
ଦଶହରା ପାଇଁ ଲକ୍ଷ୍ମୀ ହୋଣ୍ଡାର ଆକର୍ଷଣୀୟ ଅଫର! ଯେ କୌଣସି ଗାଡ଼ି କିଣିଲେ ପାଇବେ ନିଶ୍ଚୟ ଉପହାର, ପୁରୁଣା ଗାଡ଼ିକୁ ମଧ୍ୟ ବଦଳାଇ ପାରିବେ





