ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରସିଂଘା ଗ୍ରାମରେ ଗଣେଶ ପୂଜା ଭସାଣି ବେଳେ ପୂଜା କମିଟି ସଦସ୍ୟ ମଦ ପିଇ ଜଣଙ୍କ ଗାଡ଼ି ଭାଙ୍ଗି ଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ରବିବାର ସନ୍ଧ୍ୟାରେ ଜରସିଂଘା ଗ୍ରାମର ଏକ ପୂଜା କମିଟି ଗଣେଶ ପୂଜା ଭସାଣି ଅନୁଗୁଳ ଛେଣ୍ଡିପଦା ରାଜରାସ୍ତା ଦେଇ ଯାଉଥିଲା। ଭସାଣି ବେଳେ ଡାକ୍ତର ଅରୁଣ ସାହୁ ତାଙ୍କ ବିଏମଡବଲ୍ବ କାର (ଓଡ଼ି ୦୨ ବିଇଉ ୩୦୦୩) ରେ ପରିବାର ସହିତ ସେହି ରାସ୍ତାରେ ଯାଉଥିଲେ।ହଠାତ ତାଙ୍କ ଗାଡ଼ି ଉପରକୁ କମିଟିର ସଦସ୍ୟ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କ ଗାଡିର କାଚ ଭାଙ୍ଗି ଯାଇଥିଲା।
ଡାକ୍ତର ସାହୁ ନିଜ ଜୀବନ ବଞ୍ଚାଇ ବାକୁ ଯାଇ ସେହି ସ୍ଥାନରୁ ଯାଇ ଅନୁଗୁଳ ସଦର ଥାନାର ଦ୍ୱାରସ୍ଥ ହୋଇଥିଲେ। ଏ ନେଇ ସଦର ଥାନାରେ ଏକ ଲିଖିତ ଅଭିଯୋଗ ଦେଇ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି। ଏନେଇ ସଦର ଥାନା ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।











