ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସିଲା ପଞ୍ଚାଯତ ଭେରୁବଣିଆ ଗ୍ରାମରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଦୁଇବଖରା ପୋଡ଼ିଯାଇଛି । ସୂଚନା ଅନୁଯାୟୀ ଭେରୁବଣିଆ ଗ୍ରାମରେ ଦିନ ୧୧ଟା ବେଳେ କନ୍ତାରୁ ବବୃତିଙ୍କ ରୋଷେଇଘର ଗୋଟିଏ ପାଖରୁ ଧୂଆଁ ବାହାରିବା ଦେଖି ଗ୍ରାମବାସୀ ପାଣି ପକାଇ ନିଆଁ ଲିଭା ଇବାକୁ ଚେଷ୍ଟା କରିଥିଲେ। ଏହାସତ୍ତ୍ଵେ ମଧ୍ୟ ଘର ଜଳି ଯାଇଥିଲା । ଘରଭିତରେ ଥିବା କିଛି ଆସବାବପତ୍ର ଏବଂ ଧାନ ଚାଉଳ ପୋଡ଼ି ନଷ୍ଟ ହୋଇଯାଇଛି । ପରେ ଅନୁଗୁଳ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଲିଭାଇଥିଲା। କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ପ୍ରଦାନ ଲାଗି ଦାବି ହେଉଛି ।
ଦୁଇ ବଖରା ଜଳିଗଲା
- Post published:February 12, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
