ଏଡସ୍‌ର ନିଆଁ ଭିତରେ ଅନୁଗୁଳ ଜିଲ୍ଲା: ବର୍ଷକରେ ପଜିଟିଭ ସଂଖ୍ୟା ଶତକ ଟପିଲା

You are currently viewing ଏଡସ୍‌ର ନିଆଁ ଭିତରେ ଅନୁଗୁଳ ଜିଲ୍ଲା: ବର୍ଷକରେ ପଜିଟିଭ ସଂଖ୍ୟା ଶତକ ଟପିଲା

ଅନୁଗୁଳ: ଡାପ୍‌ସୁ ଗତ‌ ୧୯ ବର୍ଷ ଧରି ଜିଲ୍ଲାରେ ଏଡସ୍ ବିରୁଦ୍ଧରେ ନିଜର କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ ଏଡସ୍‌ର ନିଆଁ ଭିତରେ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ପୀଡିତ ଏବେ ଅଣନିଶ୍ୱାସୀ ହେଇଯାଇଛନ୍ତି। ଏକ ରିପୋର୍ଟରୁ ଜଣା ପଡିଛି ୨୦୦୩ ମସିହାରୁ ଜିଲାରେ ଏଡସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ବର୍ତମାନ ସୁଦ୍ଧା ୮,୨୬,୦୨୩ ଲୋକଙ୍କ ରକ୍ତ ପରୀକ୍ଷା କରାଯାଇଥିବା ବେଳେ କେବଳ ୨୦୨୨-୨୩ ରେ ୧,୦୪,୯୦୩ ଜଣଙ୍କର ରକ୍ତ ପରୀକ୍ଷା କରାଯାଇଛି।

ଆଜି ଯାଏ ଜିଲ୍ଲାରେ ୨୩୧୮ ଜଣ ପଜିଟିଭ ଥିବାବେଳେ ୨୦୨୨-୨୩ ରେ ୧୦୫ ଜଣ ଏଚଆଇଭିରେ ପୀଡିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୫ ଜଣ ପୁରୁଷ,୨୮ ଜଣ ମହିଳା ଓ ଶିଶୁ ୨ ଜଣ ବୋଲି ଜଣା ପଡିଛି। ଅନୁଗୁଳ ଜିଲ୍ଲାର ତାଳଚେର ଓ ଅନୁଗୁଳ ବ୍ଳକ ଅଧିକ ସମ୍ବେଦନଶୀଳ। ଜିଲ୍ଲାରେ ଗତ ତିନି ଦଶନ୍ଧି ଧରି ଶିଳ୍ପାୟନ ବୃଦ୍ଧି, ଜିଲ୍ଲା ଓ ରାଜ୍ୟ ବାହାରୁ ଶ୍ରମିକ ଚାଲାଣ ଏବଂ ଜିଲ୍ଲାର ଜାତୀୟ ରାଜପଥ ଦେଇ ହଜାର ହଜାର ସଂଖ୍ୟାରେ ଟ୍ରକ ଯାତାୟାତ ବୃଦ୍ଧି ଯୋଗୁଁ ଏଚଆଇଭିଙ୍କ ସଂଖ୍ୟା ବଢିଥିଲା।

ତେବେ ଡାପ୍‌ସୁ ଡିପିଏମ ଡା ପ୍ରମିଳା ହୋତାଙ୍କ ନେତୃତ୍ୱରେ ଏଡସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ,ଏନଜିଓ ମାନଙ୍କ ସହଯୋଗ,ଏଆର୍ଟି ସେଣ୍ଟର ଦ୍ୱାରା ଔଷଧ ବଣ୍ଟନ ଆଦି ଦ୍ୱାରା ଗତ ବର୍ଷେ ହେବ ଏଡସ୍‌ର ପାଦୁର୍ଭାବ ସାମାନ୍ୟ କମିଥିବା ଜଣାପଡିଛି। ଏ ସବୁ ସତ୍ତ୍ୱେ କେବଳ ସଚେତନତା ହିଁ ସମାଜକୁ ଏଡସ୍ କବଳରୁ ରକ୍ଷା କରିପାରିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।

Share

Leave a Reply