ଧ୍ଵଂସମୁଖୀ ଇକୋ ପାର୍କ ସଜାଡିବାକୁ ଜିଲ୍ଲାପାଳ ଅଣ୍ଟା ଭିଡ଼ିଲେ

You are currently viewing ଧ୍ଵଂସମୁଖୀ ଇକୋ ପାର୍କ ସଜାଡିବାକୁ ଜିଲ୍ଲାପାଳ ଅଣ୍ଟା ଭିଡ଼ିଲେ

ଅନୁଗୁଳ: ଅନୁଗୁଳର ସର୍ବ ବୃହତ୍ ଉଦ୍ୟାନ ଇକୋ ପାର୍କ ଏବେ ଧ୍ଵଂସମୁଖୀ। ଗତ ସରକାରଙ୍କ ସମୟରେ ଏହି ଇକୋ ପାର୍କର ଉନ୍ନତିକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଇଥିଲା। ନିମ୍ନ ମାନର ଜିନିଷ ଏବଂ ଠିକାଦାର ତୋଷଣ ନୀତି ଯୋଗୁଁ ଏହି ପାର୍କରେ ଏବେ କିଛି ନାହିଁ। ନା ଚାଲୁଛି ଫାଉଣ୍ଟେନ୍ ନା ଜଳୁଛି ଆଲୋକ। ଟୟଟ୍ରେନ ଅକାମୀ। ଫୁଲ ଗଛ ମରି ଗଲାଣି।ପାଚେରୀ ଭାଙ୍ଗି ଗଲାଣି। କେବଳ ସକାଳେ ବରିଷ୍ଠ ନାଗରିକ ମାନେ ସେଠାରେ ଚଲାବୁଲା କରୁଛନ୍ତି।

ଇକୋ ପାର୍କର ଦୂରାବସ୍ଥା ନେଇ ବରିଷ୍ଠ ନାଗରିକ ମାନେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେବା ପରେ ଲୋକପ୍ରିୟ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତର୍ ଆଜି ଇକୋ ପାର୍କ ବୁଲି ଦେଖିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କ ସମେତ ମ୍ୟୁନିସିପାଲ ଇଞ୍ଜିନିୟର, ଡିଏମଏଫ୍ ଇଞ୍ଜିନିୟର ପ୍ରମୁଖ ଉପସ୍ଥିତ ଥିଲେ। ପାର୍କରେ ଅଧିକ ବୃକ୍ଷ ରୋପଣ,ଫୁଲ ଗଛ ଲଗାଯିବା ସହ ଅଚଳ ପ୍ରକଳ୍ପ ଗୁଡ଼ିକୁ ସଜଡ଼ା ଯିବ ବୋଲି ଜିଲ୍ଲାପାଳ କହିଥିଲେ।ଏହା ସହିତ ପାର୍କର ପୁନରୁଦ୍ଧାର ପାଇଁ ଡିଏମଏଫ୍ ରୁ ପାଣ୍ଠି ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଜିଲ୍ଲାପାଳଙ୍କ ଗସ୍ତ ନେଇ ସହରର ବରିଷ୍ଠ ନାଗରିକ ମାନେ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି।

Share

Leave a Reply