ଅନୁଗୁଳ ପୌର ପରିଷଦର ମାସିକ ବୈଠକ: ପାର୍ବଣରେ ରାସ୍ତାଘାଟ,ଆଲୋକ ଓ ପରିମଳ ଉପରେ ଗୁରୁତ୍ବ

You are currently viewing ଅନୁଗୁଳ ପୌର ପରିଷଦର ମାସିକ ବୈଠକ:  ପାର୍ବଣରେ ରାସ୍ତାଘାଟ,ଆଲୋକ ଓ ପରିମଳ ଉପରେ ଗୁରୁତ୍ବ

ଅନୁଗୁଳ: ଶୁକ୍ରବାର ପୂର୍ବାହ୍ନରେ ଅନୁଗୁଳ ପୌର ପରିଷଦର ମାସିକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ନଗରପାଳ ଅକ୍ଷୟ କୁମାର ସାମନ୍ତ,ଏମପିଙ୍କ ପ୍ରତିନିଧି,ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ଓ ସମସ୍ତ ପାରିଷଦ ଯୋଗଦାନ କରିଥିଲେ। ଶାରଦୀୟ ପାର୍ବଣକୁ ଦେଖି ସହରର ରାସ୍ତାଘାଟ ମରାମତି କରାଯିବା ସହ,ଅଧିକ ଆଲୋକ ବ୍ୟବସ୍ଥା,ପରିମଳ ବ୍ୟବସ୍ଥାରେରେ ଉନ୍ନତି,ଡ୍ରେନ ସଫେଇ ଆଦି ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ନଗରପାଳ ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ।ଆଲୋକ ପାଇଁ ଠିକା ସଂସ୍ଥାର ସେବା ଯଥେଷ୍ଟ ହେଉ ନଥିବାରୁ ନିଜ ପାଣ୍ଠିରୁ ଆଲୋକ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଗତ ଅଦିନିଆ ବର୍ଷାରେ ଗାନ୍ଧୀ ମାର୍ଗର ଅବସ୍ଥା ଶୋଚନୀୟ ଥିବାରୁ କାଉନସିଲର ରଞ୍ଜିତ ମାଣ୍ଡୋଠିଆ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ।ସହର ଭିତରେ ପାଣି ମାହାର ସବୁକୁ ଜମି ଦଲାଲ ମାନେ ବନ୍ଦ କରି ଦେଉଥିବାରୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି ବୋଲି ଶ୍ରୀ ମାଣ୍ଡୋଠିଆ ଅଭିଯୋଗ କରିଥିଲେ। ଏଥିସହ ଅଧିକ ଟ୍ରାକ୍ଟର ଭଡ଼ାରେ ଆଣି ଆବର୍ଜନା ନିଷ୍କାସନ କରିବାକୁ ହେବା ନଚେତ୍ ପୂଜା ବଜାରରେ ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ବୋଲି କାଉନସିଲର ପ୍ରକାଶ କରିଥିଲେ।

ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ନିଜ ଅଭିଭାଷଣରେ ଅନୁଗୁଳ ସହର ଉନ୍ନତ ଡ୍ରେନ ବ୍ୟବସ୍ଥା,ଆଲୋକ,ପାନୀୟଜଳ ଏବଂ ସହରର ପରିବର୍ଦ୍ଧନ ପାଇଁ ଯାହା ସହଯୋଗ ଆବଶ୍ୟକ ତାହା ଦେବେ ବୋଲି ପ୍ରକାଶ କରିଥିଲେ।ଅନୁଗୁଳ ସହର କଥା ନେଇ ସେ ବିଧାନସଭାରେ ଉଠାଇ ଏହାକୁ ଏକ ସମୃଦ୍ଧ ସହରେ ପରିଣତ କରିବା ପାଇଁ ସେ ସଂକଳ୍ପବଦ୍ଧ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ।

Share

Leave a Reply