ବାଲିପଟ୍ଟାରୁ କୁକୁଡ଼ା ଗିଳିଥିବା ଅଜଗର ଉଦ୍ଧାର

You are currently viewing ବାଲିପଟ୍ଟାରୁ କୁକୁଡ଼ା ଗିଳିଥିବା ଅଜଗର ଉଦ୍ଧାର

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଲିପଟ୍ଟା ଗାଁର ହେମନ୍ତ ପ୍ରଧାନଙ୍କ କୁକୁଡ଼ା ଭାଡ଼ିରେ ଗୋଟିଏ ଆଠ ଫୁଟିଆ ଅଜଗର ପଶି ଦୁଇଟି କୁକୁଡ଼ା ଗିଳି ଥିବା ଘର ମାଲିକ ଦେଖିଥିଲେ। ଗାଁର ଯୁବକ ମାନେ ଏ ଖବର ପାଇ ଜରପଡା ଵନାଞ୍ଚଳ ଅଧିକାରୀଙ୍କୁ ଖବର ଦେଇ ସାପଟିକୁ ଉଦ୍ଧାର କରିବାକୁ ଫୋନ୍ ଯୋଗେ ଜଣାଇଥିଲେ। କିନ୍ତୁ ସେ ଆସି ନ ଥିଲେ କି କାହାକୁ ପଠାଇ ନ ଥିଲେ।

ଶେଷରେ ଅନୁଗୁଳ ସର୍ପ ମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦିଆ ଯାଇଥିଲା। ସେ ଘଟଣା ସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ସର୍ପ ଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଥିଲେ। ଆଦିତ୍ୟଙ୍କ ଏହି ସେବା ପାଇଁ ବାଲି ପଟ୍ଟା ଗ୍ରାମ ସଭାପତି ମଙ୍ଗଳୁ ସାହୁ ଏବଂ ସମ୍ପାଦକ ନିରଞ୍ଜନ ସାହୁ ତାଙ୍କୁ କୃତଜ୍ଞତା ଜଣାଇଥିଲେ।

Share

Leave a Reply