ବୁଥ୍ ସଂଶୋଧନ ପାଇଁ ଜିଲ୍ଲା ପ୍ରଶାସନ ତତ୍ପର, ମତଦାନ ସୁପରିଚାଳନା ପାଇଁ ବୈଠକ ଡାକିଲେ ଉପଜିଲ୍ଲାପାଳ

You are currently viewing ବୁଥ୍ ସଂଶୋଧନ ପାଇଁ ଜିଲ୍ଲା ପ୍ରଶାସନ ତତ୍ପର, ମତଦାନ ସୁପରିଚାଳନା ପାଇଁ ବୈଠକ ଡାକିଲେ ଉପଜିଲ୍ଲାପାଳ

ଅନୁଗୁଳ: ଛେଣ୍ଡିପଦା (ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥରେ ମତଦାନ ନିମନ୍ତେ ଭୋଟରଙ୍କ ସୁବିଧା ପାଇଁ ବୁଥ୍ ସଂଶୋଧନ ବୈଠକ ଆଜି ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ବୈତୁରା ଦିପ୍ଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇ ମତ ରଖିଥିଲେ। ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ୨୪୬ ବୁଥ୍ ଓ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ୨୨୭ ବୁଥ୍ ସମୁଦାୟ ୪୭୩ ବୁଥର ଅବସ୍ଥିତି ଓ ଦୂରତାକୁ ନେଇ ଭୋଟରଙ୍କ ମତଦାନକୁ କିପରି ସୁରୁଖୁରୁରେ ପରିଚାଳିତ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା।

ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଉପସ୍ଥିତ ରାଜନୈତିକ ଦଳମାନଙ୍କ ସହମତିରେ ଦୁଇ ନିର୍ବାଚନ ମଣ୍ଡଳୀର ସଠିକ୍ ବୁଥ୍ ତାଲିକା ପ୍ରସ୍ତୁତ କରାଯିବ। ବୈଠକରେ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିବିକ୍ରମ କୁମୁରା, ସହକାରୀ ଜିଲ୍ଲାପାଳ (ନିର୍ବାଚନ) ସୁକାନ୍ତ କୁମାର ସାହୁ, ଡେପୁଟି କଲେକ୍ଟର(ରାଜସ୍ୱ) ରାଜୀବ ଲୋଚନ ବେହେରା, ବିଜେଡି ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ, ବିଜେପି ପ୍ରତିନିଧି ଗଙ୍ଗାଧର ପଟ୍ଟନାୟକ ଓ ବହୁଜନ ସମାଜ ପାର୍ଟି ପ୍ରତିନିଧି କୁମୁଦ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply