“ଆମ୍ବେଦକର ଫାଉଣ୍ଡେସନ”ର କର୍ମକର୍ତ୍ତା ନିର୍ବାଚନ ଆୟୋଜିତ: ଶତ୍ରୁଘ୍ନ ହେଲେ ଅଧ୍ୟକ୍ଷ

You are currently viewing “ଆମ୍ବେଦକର ଫାଉଣ୍ଡେସନ”ର କର୍ମକର୍ତ୍ତା ନିର୍ବାଚନ ଆୟୋଜିତ: ଶତ୍ରୁଘ୍ନ ହେଲେ ଅଧ୍ୟକ୍ଷ

ଅନୁଗୁଳ: ଅନୁଗୁଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ବାବା ସାହେବ ଆମ୍ବେଦକର ଫାଉଣ୍ଡେସନ”ର ଦ୍ଵିବାର୍ଷିକ ପରିଚାଳନା କମିଟି କର୍ମକର୍ତ୍ତା ନିର୍ବାଚନ ହୋଇଛି।ନିର୍ବାଚନରେ ଅପ୍ରତିଦ୍ବନ୍ଦ୍ୱୀ ଭାବେ ଅବସରପ୍ରାପ୍ତ ଜୀବନବୀମା ଅଧିକାରୀ ଶତ୍ରୁଘ୍ନ ନାଏକ ଅଧ୍ୟକ୍ଷ ଏବଂ ଜଙ୍ଗଲ ବିଭାଗ ପୂର୍ବତନ ଏସ .ଓ. ପ୍ରଭାତ ବେହେରା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଉପାଧ୍ୟକ୍ଷ ଭାବେ ଯୁବ ନେତା ତଥା ସମାଜସେବୀ ଗୋପାଳ ଚନ୍ଦ୍ର ନାଏକ, ଅବସରପ୍ରାପ୍ତ ଏମସିଏଲ କର୍ମଚାରୀ ଡମ୍ବରୁଧର ନାଏକ, ପୂର୍ବତନ ସରକାରୀ କର୍ମଚାରୀ ଅକ୍ଷୟ ବେହେରା, ଲଳିତ ମୋହନ ବେହେରା, କୁମୁଦ ଚନ୍ଦ୍ର ନାଏକ ପ୍ରମୁଖ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ତାପସ ରଞ୍ଜନ ନାଏକ ଏବଂ କୋଷାଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ବସନ୍ତ ନାଏକ ନିର୍ବାଚିତ ହୋଇଛନ୍ତି।
ଆଜି ସକାଳ ୧୦ଟାରୁ ନିର୍ବାଚନ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାକ୍ତନ ନାଲକୋ କର୍ମଚାରୀ ତଥା କମ୍ୟୁନିଷ୍ଟ ନେତା ନାରାୟଣ ସେଠୀ ଏବଂ ସଂଘଠନ ର ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ପବିତ୍ର ପ୍ରଜ୍ଞାଶୀଳ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଥିଲେ। ନାମାଙ୍କନ ଦାଖଲ ପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ସୀମା ଅତିକ୍ରମ ପରେ ଶେଷ ମୁହୂର୍ତ୍ତରେ ଏକ ପକ୍ଷ ନିର୍ବାଚନରୁ ଓହରି ଯାଇଥିଲେ। ଫଳରେ ଭୋଟ ଗ୍ରହଣ ହୋଇ ପାରି ନଥିଲା। ଶେଷରେ ନିର୍ବାଚନ ଅଧିକାରୀ ଦ୍ବୟ ଅପ୍ରତିଦ୍ବନ୍ଦ୍ୱୀ ନିର୍ବାଚନରେ ବିଜୟୀଙ୍କ ନାମ ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସଂଗଠନର ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ନାଏକ, ସମସ୍ତ କମିଟି କର୍ମକର୍ତ୍ତା, ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ, ଲକ୍ଷ୍ମଣା ନାଏକ, ଗୟା ନାଏକ, ଦୁର୍ଲ୍ଲଭ ନାଏକ, ପ୍ରଫୁଲ ନାଏକ, ବୈଦ୍ୟନାଥ ନାଏକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ନିର୍ବାଚନରେ ଦୁଇ ଶହରୁ ଊର୍ଦ୍ଧ୍ବ ସଦସ୍ୟ ମତଦାନ କରିଥିଲେ।

Share

Leave a Reply