ଅନୁଗୁଳରେ ସ୍ଵତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ନିର୍ବାଚନ ସମୀକ୍ଷା, ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ପରିଚାଳନା ପାଇଁ ପରାମର୍ଶ

You are currently viewing ଅନୁଗୁଳରେ ସ୍ଵତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ନିର୍ବାଚନ ସମୀକ୍ଷା, ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ପରିଚାଳନା ପାଇଁ ପରାମର୍ଶ

ଅନୁଗୁଳ: ଅନୁଗୁଳ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ସମ୍ପର୍କିତ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ନିର୍ବାଚନ ଆୟୋଗ ଦ୍ଵାରା ନିଯୁକ୍ତ ଅଧିକାରୀ। ଏ ଅବସରରେ ସ୍ଵତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଯୋଗେନ୍ଦ୍ର ତ୍ରିପାଠୀ, ସ୍ଵତନ୍ତ୍ର ଆରକ୍ଷୀ ପର୍ଯ୍ୟବେକ୍ଷକ ରଜନୀକାନ୍ତ ମିଶ୍ର ଓ ସ୍ଵତନ୍ତ୍ର ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ହିମାଳନି କଶ୍ୟପ ଉପସ୍ଥିତ ରହି ସମୀକ୍ଷା କରିଥିଲେ। ପ୍ରଥମେ ଅନୁଗୁଳ ଜିଲ୍ଲାପାଳ ଅବ୍ଦାଳ ଏମ ଅଖତାର ଓ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାଶ ଜିଲ୍ଲାର ନିର୍ବାଚନୀ ପ୍ରସ୍ତୁତି ତଥ୍ୟ ଯଥା: ନିର୍ବାଚନ ପ୍ରଶିକ୍ଷଣ, ମତଦାନ କେନ୍ଦ୍ରରେ ଆନୁଷଙ୍ଗିକ ବ୍ୟବସ୍ଥା, ନିର୍ବାଚନ ଖର୍ଚ୍ଚର ଆକଳନ, ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା, ଭୋଟର ସଚେତନ କାର୍ଯ୍ୟକ୍ରମ, ଭୋଟ ଗଣତି ଇତ୍ୟାଦି ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ।

ସେହିପରି ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ପରିଚାଳନା କରିବା ନିମନ୍ତେ ପର୍ଯ୍ୟବେକ୍ଷକ ମାନେ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ପର୍ଯ୍ୟବେକ୍ଷକ ପଦୁମ ସିଂ ଆଲ୍ମା, ସୁରେଶ କୁମାର ଓଲା, ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ କେଶବ କାପଲୁଶ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂ, ସମସ୍ତ ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply